No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଡିସେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ଠାରେ ଓଡିଶା ମୋ ପାରିବାର ପକ୍ଷରୁ ରାଜ୍ୟ ସରକାରଙ୍କ ଯେଉଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗୁମ୍ମା ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି l ଏହାକୁ ବ୍ରହ୍ମପୁର ସାଂସଦ ଶ୍ରୀ ଯୁକ୍ତ ଚନ୍ଦଶେଖର ସାହୁ ଉଦଘାଟନ କରିଥିଲେ l ଗୁମ୍ମା ବ୍ଲକର ପ୍ରାୟ ୮୦ ଯୁବକ ଓ ଛାତ୍ର ରକ୍ତଦାନ କରିଥିଲେ ଏହାର ମହତ ଉଦେଶ୍ୟ ହେଉଛି l
କୋଣସି ଲୋକେ ରକ୍ତ ଅଭାବରେ ମୃତ୍ୟୁ ବରଣ କରିବେ ନାହିଁ l ଏହାକୁ ଦୃଷ୍ଟିରେ ରଖି ବିଜେଡି ସରକାରଙ୍କ ଏହି ଉଦ୍ଧେଶ୍ୟକୁ ସଫଳ କରିବାକୁ ବ୍ରହ୍ମପୁର ସାଂସଦଶ୍ରୀ ଯୁକ୍ତ ଚନ୍ଦଶେଖର ସାହୁ ଦଳୀୟ କର୍ମୀଙ୍କ ଜରିଆରେ ଏହି ରକ୍ତ ଦାନ ସିବିରି ଆୟୋଜନ ପ୍ରଥମ ଥର ପାଇଁ ଗୁମ୍ମା ବ୍ଲକ ରେ କରା ଯାଇଥିଲା l ଏଠାରେ ଓଏବି ପ୍ରିନ୍ସପାଲ,ବିଜେଡି ବ୍ଲକ ସଭାପତି, ତାରବା ସରପଞ୍ଚଙ୍କ ସମେତ ଗୁମ୍ମା ସରପଞ୍ଚ ଏବଂ ଏପିଓଙ୍କ ସମେତ ବିନୋଦିନି ସାଏନ୍ସ କଲେଜର ୨୦ଟି ଛାତ୍ର ବି ରକ୍ତ ଦାନ କରିଥିଲେ l
ଏହାପରେ ନିକଟସ୍ଥ ତହସିଲ ଅଫିସକୁ ଯାଇ ବିଗତ ବର୍ଷ ୨୪/୧୦/୨୦୧୯ ରେ ଯେଉଁ କଳାକୋଟ ପଞ୍ଚାୟତର କୂଲଙ୍ଗରେ ଯେଉଁ ଭୁସ୍ଥଳ ହେଇଥିଲା l ସେଥିରେ କ୍ଷତଗ୍ରସ୍ତ ୪୩ ଆଦିବାସୀ ପରିବାରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଗଜପତି ଜିଲ୍ଲାପାଳ ଅନୁପମ ସାହା , ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗୁମ୍ମା ବିଡିଓ ନଟବର ଗରୋଡ଼ ଓ ତହସିଲଦାର ଚିତ୍ତରଞ୍ଜନ ଦାସଙ୍କ ପ୍ରମୁଖ ପଟ୍ଟା ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ ସାଂସଦ ପ୍ରତିନିଧି ବିମଳ ଦଳେଇ ସମେତ ସତାଧିକ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ( ଗଜପତି /ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result