No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) କଟକ :- ଜଗତପୁର ତାଳବଣିଆ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ନକଲି ଜର୍ଦ୍ଦା ଏବଂ ମୋଦକ ତିଆରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଜଗତପୁର ପୋଲିସ ବୁଧବାର ଦିନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ନକଲି ଗୁଟୁକା , ମୋଦକ ଜବତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦୀର୍ଘ ୪ମାସ ମଧ୍ୟରେ କଟକ କମିସନରରେଟ୍ ପୋଲିସ ଓ ମହାନଗର ନିଗମର କର୍ମଚାରୀ , ୧୫ ଟି ନକଲି ଅପମିଶ୍ରିତ କାରଖାନା ଉପରେ ଚଢାଉ କରି , ୫କୋଟି ୫୦,ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିବା ସହ ୧୬ ଜଣଙ୍କୁ ଗିରଫ କରିଛି l
ଆଜି ଜଗତପୁର ସ୍ଥିତ ତାଳବଣିଆ ମୁଣ୍ଡା ସାହି ଠାରେ ଥିବା ଏକ ନକଲି ଜର୍ଦ୍ଦା କମ୍ପାନୀ ଉପରେ ଯୋନ -୧ ର ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ କଟକ କମିସନରେଟ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଚଢାଉକରି ୭ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ନକଲି ପାନଜର୍ଦ୍ଦା ଓ ମୁଦୁକ ଜବତ କରିବାରେ ସଫଳ ହୋଇଛ। ଏଠି ପ୍ରଶ୍ନ ଉଠୁଛି ଏହି କମ୍ପାନୀ ଗୁଡିକୁ ଯେତେବେଳେ ଖୋଲିବା ପାଇଁ ଅନୁମତି ଦିଆଯାଉଛି , ସେତେବେଳେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଏହି ସବୁ କମ୍ପାନୀ ଉପରେ ନଜର ନରଖିବାରୁ, ଏହିଭଳି ଅପମିଶ୍ରିତ ନକଲି କମ୍ପାନୀ ଗୁଡିକ ,
ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇ ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଇ ନିଜର ସାମ୍ରାଯ୍ୟ ବିସ୍ତାର କରି, ଲୋକମାନଙ୍କ ଜିବନ ସହିତ ଖେଳ ଖେଳୁଛନ୍ତି । ଅନ୍ଯପକ୍ଷରେ ସରକାର ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଖାଦ୍ଯର ମାନ ପରଖିବା ପାଇଁ , ବିଭିନ୍ନ ବିଭାଗ କର୍ମଚାରୀ ନିଯୁକ୍ତି କରିଥିଲେ ମଧ୍ୟ ୪ ମାସରେ ୧୫ ଟି ଅପମିଶ୍ରିତ କମ୍ପାନୀର ଠାବ ହେବାପରେ, ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result