ମୋ ଗୁହାରି ଶୁଣିବ କିଏ…

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) କେନ୍ଦ୍ରାପଡା :-  ଡାକ୍ତର କହିଲେ ଦେହରେ ହିମୋଗ୍ଲୋବିନ ନାହିଁ , ଘରେ ସ୍ତ୍ରୀ କହିଲା ଖାଇବାକୁ ନାହିଁ , ଅଣ୍ଟାକୁ ଉଣ୍ଡାଳି ଦେଖିଲା ଔଷଧ କିଣିବା ଦୂରରକଥା ଡାକ୍ତରଖାନା ଯିବାକୁ ଅଣ୍ଟାରେ କୋଉଡ଼ିଟିଏ ନାହିଁ , ବାସ କ୍ରମେ କ୍ରମେ ଦେହର ରଂଗରେ ପରିବର୍ତ୍ତନ ହେବାକୁ ଲାଗିଲା ଆଉ ଏବେ ହାତ ଓ ଗୋଡ଼ ବିକୃତ ହେବା ସହ ଆଙ୍ଗୁଳି ବଙ୍କା ହେବାରେ ଲାଗିଛି ମୂଲ ଲାଗିବାକୁ ଦେହରେ ବଳନାହିଁ ।

କାନ୍ଦ କାନ୍ଦ ହୋଇ କହିଲା ଆପଣ ଖବରକାଗଜ ବାଲା , ଆପଣ ଏ ଦିନମଜୁରିଆର ଦୁଃଖ ଟିକେ ପହଞ୍ଚାନ୍ତୁ ନହେଲେ ମୁଁ ମରିଯିବି ଓ ମୋ ପରିବାର ଭାସିଯିବ ଅତି ବିକଳ ହୋଇ କହିଲା କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ଧୂମାତ ହରିଜନ ସାହିର ଦିନମଜୁରୀଆ ୰ଫକୀର ମଳିକଙ୍କ ପୁଅ ସୀତାରାମ ମଳିକ (ଠେକୁଆ) । ବୟସ ୩୮ । ଦୁଇଟି ପିଲା ଓ ସ୍ତ୍ରୀଙ୍କୁ ଦୁଇଓଳି ଖାଦ୍ଯ ଯୋଗାଇବାରେ ଅକ୍ଷମ । ଯାହାକୁ କହିଲେ କେହି ତା ଗୁହାରି ଶୁଣୁନାହାନ୍ତି । ଅତି କରୁଣ ଥିଲା ତାର ନିବେଦନ ।