No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) କଟକ /ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ତହସିଲ ଅଂଚଳରେ କରୋନା କଟକଣାକୁ ଫୁ କରି ଚାଲିଛି ବେଆଇନ ଇଟା ଭାଟି, କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ କଟକଣା ଲାଗୁକରୁଥିବା ସମୟରେ ମାହାଙ୍ଗା ତହସିଲ ଅଂଚଳରେ ଏହାର ଖୋଲା ଖୋଲି ଉଲଂଘନ ହେଉଛି, ପରିବେଶକୁ ପ୍ରଦୂଷଣରୁ ଦୁରେଇ ରଖିବା ଓ କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଦୀପାବଳି ଭଳି ଜାତୀୟ ପର୍ବରେ ଆତସବାଜି କୁ ବ୍ୟାନ କରିଥିଲେ, କିନ୍ତୁ ଏବେ ମାହାଙ୍ଗାରେ ଗ୍ରୀନ ଟ୍ରିବୁନାଲ ନିର୍ଦେଶକୁ ବେଖାତିର କରି ଚାଲିଛି ବେଆଇନ ଇଟାଭାଟି,
ଏହି ଇଟାଭାଟି ଧୂଆଁରେ ସାଧାରଣ ଲୋକମାନେ ଅନନିଶ୍ୱାସୀ ହୋଇ ବିଭିନ୍ନ ଥଣ୍ଡା ରୋଗ ସଂକ୍ରମଣ ଶିକାର ହେଉଥିବା ବେଳେ ଇଟା ମାଫିଆ ମାନେ ମାଲାମାଲ ହେଉଛନ୍ତି, ସବୁ ଜାଣି ମାହାଙ୍ଗା ତହସିଲ ପ୍ରଶାସନ ହାତବାନ୍ଧି ବସିଛି, ଯାହାଫଳରେ ତହସିଲଦାରଙ୍କ ଭୂମିକାକୁ ନେଇ ଉଠିଛି ବଡ ପ୍ରଶ୍ନ, ଇଟା ମାଫିଆଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଏହି ବେଆଇନ ଇଟା ନିର୍ମାଣକୁ ପ୍ରୋଛାହନ ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ, ବିଶେଷ କରି ମାହାଙ୍ଗା ତହସିଲ ର କୋଳିଅଠା, କୁସୁପୁର ସମସରପୁର ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ବେଧଡକ ଇଟା ଭାଟି ପୋଡାଯାଉଛି,
ନାମକୁ ମାତ୍ର କମ ପରିମାଣ ଇଟା ଦର୍ଶାଯାଇ ରୟାଲ୍ଟି ଅର୍ଥ ହଡପ କରାଯାଉଛି, ଯାହାକୁ ସବୁ ଜାଣି ମାହାଙ୍ଗା ତହସିଲଦାର ନିରବଦ୍ରଷ୍ଟା ସାଜିଛନ୍ତି, ସରକାର ନିଅମକୁ ଜଳାଞ୍ଜଳି ଦେଇ ଚାଲିଛି ଇଟା ବେପାର, ତହସିଲ କର୍ମଚାରୀ ଓ ଇଟା ମାଫିଆଙ୍କ ସଲା ସୁତୁରାରେ ଚାଲିଛି ଏହି ବେଆଇନ କରବାର, ଏ ସମ୍ପର୍କରେ ତହସିଲଦାର ମଧୁସୂଦନ ନାୟକ ଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ ମିଡ଼ିଆ ଆଗରେ ମୁହଁ ଖୋଲିବାକୁ ସଫାସଫା ମନା କରିଦେଇଛନ୍ତି, ତୁରନ୍ତ କଟକ ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଲୋକ ମାନେ ଦାବୀ କରିଛନ୍ତି, (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ /ମାହାଙ୍ଗା କଟକ ଜିଲ୍ଲା ବ୍ୟୁରୋ )
No Result
View All Result