No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) କୋରାଇ :- କୋରାଇ ଥାନା ଅନ୍ତର୍ଗତ ରଣପୁର ମାର୍କେଟରୁ ପୁଲିସ ୫୦୦ଗ୍ରାମରୁ ଊର୍ଦ୍ଧ୍ୱ ଚୋରା ଗଞ୍ଜେଇ ସହ ନଗଦ ୮୦ରୁ ହଜାରରୁ ଅଧିକ ଟଙ୍କା ଜବତ କରିଛି । ଏଥିରେ ସଂପୃକ୍ତ ଦୁଇ ବ୍ୟବସାୟୀଙ୍କୁ ମଧ୍ୟ ଗରିଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଏହିଥାନା ଅନ୍ତର୍ଗତ ରଣପୁର ଗ୍ରାମର ସୁରେନ୍ଦ୍ର କର ଓ ଅନ୍ୟଜଣେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଚୋରୋଗଡିଅ ଗ୍ରାମର ଶ୍ରୀଧର ନାୟକ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ପ୍ରକାଶଯେ, ଦୀର୍ଘଦିନଧରି ଏହି ଥାନା ଇଲାକାର ରଣପୁର ଠାରେ ଚୋରାରେ ଗଞ୍ଜେଇ ଓ ମଦ ବିକ୍ରହେଉଥିବା ଅଭିଯୋଗ ହେଉଥିଲା । ଏହି ନିଶାଦ୍ରବ୍ୟକୁ ଅବାଧରେ ସେବନ କରି ଯୁବକମାନେ ବିପଥଗାମୀ ହେବା ସହ ସ୍ଥାନୀୟ ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା ।
ଏହି ଖବର ‘ସମାଜ’ ସମତେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତଦନୁଯାୟୀ ପୁଲିସ ଦୁଇଦିନ ତଳେ ରଣପୁର ମାର୍କେଟରେ ଚଢାଉକରି ମଦ ଓ ଗଞ୍ଜେଇ ଜବତ ପୂର୍ବକ ସଂପୃକ୍ତ ବ୍ୟବସାୟୀକୁ ଗିରଫ କରିଥିଲା । ପୁଣି ଥାନାଅଧିକାରୀ ରଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ଏସ ସାହୁ, ସଲିଳ ମଲିକ ଆଦି ସଦଳବଳେ ଗତକାଲି ଅପରାହ୍ଣରେ ଅଚାନକ ଭାବେ ସେହି ରଣପୁର ମାର୍କେଟର ସୁଜାତା ଡ୍ରେସ ହାଉସ ସମକମୁଖରୁ ୫୮୦ଗ୍ରାମର ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ବିକ୍ରେତା ସେହି ଗ୍ରାମର ସୁରେନ୍ଦ୍ର କରଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।
ତାର ବୟାନକ୍ରମେ ତାଙ୍କୁ ଚୋରା ଗଞ୍ଜେଇ ଦେଉଥିବା କେନ୍ଦୁଝର ଜିଲା ନନ୍ଦିପଦା ଥାନା ଚୋରୋଗଡିଆ ଗ୍ରାମର ଶ୍ରୀଧର ନାୟକଙ୍କ ଘରଉପରେ ଚଢାଉ କରିଥିଲା । ଶ୍ରୀଧରକୁ ଗିରଫ କରିବା ସହ ତା’ଘରୁ ନଗଦ ୮୦,୪୦୦ଟଙ୍କା ଜବତ କରିଥିଲା । ପୁଲିସ ଏନେଇି ଥାନା କେଶ ନମ୍ବର ୩୩୨/୨୦ରେ ଏକ ମାମଲା ରୁଜୁକର ଅଭିଯୁକ୍ତ ସୁରେନ୍ଦ୍ର ଓ ଶ୍ରୀଧରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ଶ୍ରୀ ମହାନ୍ତିଙ୍କ ସୂଚନା ଦେଇଛନ୍ତି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result