No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର )ବରଗଡ଼ :- ଦିନକୁ ଦିନ ବରଗଡ଼ ସହରରେ ନିଶା କାରବାର ବଢ଼ି ଚାଲି ଥିବା ବେଳେ ଏବେ ମଦ ଓ କୋରେକ୍ସ ବିକ୍ରି ବିରୋଧ ରେ ମହିଳା ମାନେ ଅଣ୍ଟା ଭିଡ଼ି ଛନ୍ତି। ମଙ୍ଗଳବାର ବରଗଡ଼ ସହର ର ନିଲିବନ୍ଦ ପଡା, କୁମ୍ଭାର ପଡା, ଭୟନା ପଡା ର ମହିଳାମାନେ ଏକ ରାଲି ରେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅଫିସ ଆଗରେ ଧାରଣା ରେ ବସି ଥିଲେ। ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୨

ଓ ଆଖ ପାଖ ଅଞ୍ଚଳ ରେ ମଦ କାରବାର ବ୍ୟାପକ ଭାବେ ବଢି ଚାଲିଛି। ସେହିପରି କଫ ସିରପ ବିକ୍ରି ବେଧଡକ ଭାବେ ଚାଲିଥିବାରୁ ମହିଳାମାନେ ଅସୁରକ୍ଷିତ ମାନେ କରୁଛନ୍ତି କାରଣ ଅସାମାଜିକ ତତ୍ୱ ବହୁ ମାତ୍ରାରେ ବୃଦ୍ଧି ପାଉଛି। ଏହି ବେଆଇନ କାମ କୁ ବନ୍ଦ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଆଗକୁ ଆସିଛନ୍ତି।
No Result
View All Result