No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ପଦ୍ମପୁର :- କୋରୋନା ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଫଳରେ ମୁଖ୍ୟତଃ ଗ୍ରାମାଞ୍ଚଳରେ ଥିବା ଛାତ୍ର ଛାତ୍ରୀ ସରକାରୀ ସ୍କୁଲ ଉପରେ ନିର୍ଭର କରୁଥିଲେ । ସେମାନଙ୍କ ପାଠପଢ଼ାରେ ବହୁତ ବ୍ୟାଘାତ ସୃଷ୍ଟି ହୋଇଛି। ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଘରକୁ ଯାଇ ବିଗତ କିଛି ମାସ ହେଲା କ୍ରମାଗତ ଭାବରେ ଶିକ୍ଷାଦାନ କରି ଆସୁଛନ୍ତି ଝାରବନ୍ଧ ବ୍ଲକ ତୁମୁରିପାଣି ସ୍କୁଳର ଶିକ୍ଷକ ଦିବସ କୁମାର ସାହୁ ।
ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୋଭିଡ ନିୟମାବଳୀ ଅନୁସରଣ କରି ଶିକ୍ଷାଦାନ ପ୍ରକ୍ରିୟା ସଂଚାଳନ କରିବା କଷ୍ଟକର କାମ କିନ୍ତୁ ଦିବସ ଙ୍କର ପ୍ରୟାସ ଓ ସ୍ଥାନୀୟ ଆଗ୍ରହୀ ଯୁବକଙ୍କ ସହଯୋଗ ଦ୍ୱାରା ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ସକ୍ଷମ ହୋଇପାରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧିଂକ ସାହାଯ୍ୟ ସହଯୋଗ ରହିଛି । ନାଏବ ସରପଞ୍ଚ ହେମାନନ୍ଦ ଚୌଧୁରୀ ଙ୍କ ସହାୟତା ରେ ଏକ ସ୍ମାର୍ଟ କ୍ଲାସରୁମ ଓ ପ୍ରୋଜେକ୍ଟର ମାଧ୍ୟମରେ ଅନଲାଇନ ଶିକ୍ଷା ପ୍ରଦାନ କରିବା ବ୍ୟବସ୍ଥା ହୋଇ ପାରିଛି ।ରାଜ୍ୟ ସରକାରଙ୍କ ପରିବର୍ତ୍ତିତ କୋଭିଡ ନିୟମାବଳୀ ଅନୁସାରେ ଛାତ୍ର ଛାତ୍ରୀମାନେ ମାକ୍ସ,ସାନିଟାଇଜର ,ସାମାଜିକ ଦୁରତା ମାନି ଅଭିଭାବକ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଶିକ୍ଷାଦାନ ସମ୍ଭବ ହୋଇଛି ।
ସୂଚନାଯୋଗ୍ୟ ଯେ ଦିବସ ଙ୍କର ଉଦ୍ୟମ ଓ ମାର୍ଗଦର୍ଶନରେ ଅନୁପ୍ରାଣୀତ ହୋଇ ଗ୍ରାମର ଶିକ୍ଷିତ ଯୁବକ ମନୋଜ ,ଚିନ୍ତାମଣି ନିଃସ୍ୱାର୍ଥ ଭାବରେ ଘରକୁଘର ଯାଇ ଶିକ୍ଷା ଦାନ କରୁଛନ୍ତି । ସମାଜର ମଂଗଳ ସାଧନ ପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ।କରୋନା କଟକଣାରେ ବିଦ୍ୟାଳୟ ବନ୍ଦ ଥିବା ସମୟରେ ଶିକ୍ଷକ ଦିବସ ସାହୁ ନିଜ ଖର୍ଚ୍ଚରେ ସ୍ବେଚ୍ଛାସେବୀ ଚୟନ କରି ଶିକ୍ଷାଦାନ ଏକ ମହାନ କାମ କରିଥିବାରୁ ସର୍ବତ୍ର ଚର୍ଚ୍ଚା ହେଉଛି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result