No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର ) କଟକ :- କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ସମସ୍ତ ଦମନ, ଧମକ, କୁତ୍ସା ଓ ଅପପ୍ରଚାରକୁ ମୁକାବିଲା କରି ଦିଲ୍ଲୀ ସୀମାରେ ଐତିହାସିକ ଚାଷୀ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି । ଇତି ମଧ୍ୟରେ ୧୫ ଜଣ ଚାଷୀ ପ୍ରାଣ ହରାଇଛନ୍ତି । ତଥାପି ଆମ୍ବାନୀ-ଆଦାନୀଙ୍କ ପରି କର୍ପୋରେଟମାନଙ୍କର ସ୍ୱାର୍ଥ ପାଇଁ ସମର୍ପିତ ମୋଦି ସରକାର ଚାଷୀ ବିରୋଧୀ ଅନ୍ୟାୟ କାନୁନ ବାତିଲ ନ କରି ଲୋକଙ୍କୁ ବିଭ୍ରାନ୍ତ କରି ଚାଲିଛନ୍ତି । ଏହା ବିରୁଦ୍ଧରେ ସାରା ଦେଶବ୍ୟାପୀ ଜିଲ୍ଲା ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ବିଭିନ୍ନ ଗଣ ଅନଶନ ହୋଇଛି । ଏହି ଉପଲକ୍ଷେ ଅଲ ଇଣ୍ଡିଆ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଆହୂତ ପ୍ରତିବାଦ ଆନ୍ଦୋଳନ ଉପଲକ୍ଷେ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଭିନ୍ନ କୃଷକ, ଶ୍ରମିକ, ମହିଳା, ଛାତ୍ର, ଯୁବକ ଓ ବାମପନ୍ଥୀ ଦଳ ପକ୍ଷରୁ ଦିନବ୍ୟାପୀ ଧାରଣା ଅନୁଷ୍ଠିତ ହୋଇଥିଲା ।
ଏହି ଧାରଣା କାର୍ଯ୍ୟକ୍ରମରେ ସର୍ବଶ୍ରୀ ବଦ୍ରୀନାରାୟଣ ଦାଶ, ରବିନାରାୟଣ ମଲ୍ଲିକ, ବିଶ୍ୱାବସୁ ଦାସ, ଅମରେନ୍ଦୁ ମହାନ୍ତି, ଖଗେଶ୍ୱର ସେଠୀ, ମଧୁସୂଦନ ପତି, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ପୀତାମ୍ବର ଲେଙ୍କା, ସୁଶାନ୍ତ ମହାପାତ୍ର, ପୁଷ୍ପା ଦାସ, ହରିହର ମହାନ୍ତି, ସିଦ୍ଧାର୍ଥ ରଥ, ଉଦୟ ବର୍ମା, ବିଷ୍ଣୁ ବେହେରା, ମଳୟ ପୃଷ୍ଟି, ଡମ୍ବରୁଧର ସାହୁ, ରମେଶ ବେହେରା, ରଶ୍ମୀ ତ୍ରିପାଠୀ, ଜୟ ସିଂ, ପ୍ରତାପ ମହାପାତ୍ର, ଟିକା ସାମଲ, ସ୍ୱାଧିନୀ ବେହେରା, ପ୍ରତାପ ମିଶ୍ର, ବିନୋଦ ସେଠୀ, ସସ୍ମିତା ମହାନ୍ତି ପ୍ରମୂଖ ଉଦବୋଧନ ଦେଇ ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା କଳା କୃଷି ଆଇନ ଯଥା ଚୁକ୍ତି ଚାଷ ଆଇନ ୨୦୨୦, ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ଓ ଘରୋଇ ମଣ୍ଡି ଆଇନ ବାତିଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result