No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର ରବିବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ଖଣ୍ଡରା ନୁଆଁସାହି ଖଳାବନ୍ଧ ପ୍ୱାଶ୍ୱର୍ରେ ନୂତନ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ଶେଷ ହୋଇଛି । ବୁଧବାର ପବିତ୍ର ଋଷୀକୁଲ୍ୟା ନଦୀରୁ ଗ୍ରାମର ଶତାଧିକ ମହିଳା ପୁର୍ଣ୍ଣକୁମ୍ଭରେ ପବିତ୍ର ଜଳ ଭାର ନେଇ ବିଗ୍ରହ ସ୍ଥଳକୁ ଆସିଥିଲେ । ମୁଖ୍ୟ ପୁରୋହିତ ଶଙ୍କର୍ଷଣ ପାଠି ଏବଂ ସହଯୋଗୀ ପୁରୋହିତଙ୍କ ସହଯୋଗରେ ଯଜ୍ଞ କାର୍ଯ୍ୟାରମ୍ଭ ସହ ଅନ୍ୟାନ ନୀତି ସହକାରେ ଅଙ୍କୁରାରୋପଣ, ଶାଲା ସଂସ୍କାର ଓ ପୂଜାବିଧି ସମ୍ପର୍ଣ୍ଣ କରାଯାଇଥିଲା ।
ମୁଖ୍ୟ କର୍ତା ଭାବେ ହରିହର ସାହୁ ସସ୍ତ୍ରୀକ ଉପସ୍ଥିତ ରହିଥିଲେ । ଗତ ୩ ଦିନ ଧରି ସଂପୃକ୍ତ ସ୍ଥଳରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗ୍ରାମର ସରଂପଚ ଲକ୍ଷ୍ମଣ ଗୌଡ଼, ଶୁକଦେବ ଗୌଡ଼, ସମ୍ପଦ ମୁନି, ସୁବାଷ ଗୌଡ଼, ଅଶୋକ ପଣ୍ଡା, କୌଳାଶ ମହାନ୍ତିି ପ୍ରମୁଖ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । (ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ)
No Result
View All Result