No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର,ରବିବାର ) ରାଜଘାଟ :- ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ପାଇଁ ରାଜଘାଟର “ଜୀବନ ସାଥୀ ସ୍ୱେଚ୍ଛାସେବୀ ସଂଗଠନ”ତରଫରୁ ଆଶୁ ଆରୋଗ୍ୟ ପାଇଁ ବାସୁଳି ମନ୍ଦିରରେ ଦୀପ ଜାଳି ପ୍ରାର୍ଥନା କଲେ l ଚିକିତ୍ସା ପାଇଁ ପହଁଚିଲେ ୪ ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ୍ । ପୁଡୁଚେରୀ ସ୍ଥିତ ଜବାହରଲାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଡାକ୍ତରୀ ଟିମ୍, ପ୍ରଫେସର୍ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରିବେ ।
ମନୋଜ ଦାସଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପଠାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଛନ୍ତି ଜୀବନ ସାଥୀ ସଂଗଠନ ର ସମ୍ପlଦକ ତଥା ଯୁବ ସମାଜ ସେବୀ ଦୀପ୍ତିମାନ ପତି, ସଭାପତି ସୁଶାନ୍ତ ସାହୁ, ଗୋବର୍ଦ୍ଧନ ଜେନା, ଜ୍ଞାନ ଦାସ, ସନ୍ୟାସୀ ପ୍ରଧାନ, ଅଶ୍ୱିନୀ ପଣ୍ଡା, ଦେବେନ୍ଦ୍ର ବେହେରା l ଅସୁସ୍ଥ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ ପାଇଁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସମାଜ ସେବୀ ଦୀପ୍ତିମାନ ପତି ଅନୁରୋଧ କରିଛନ୍ତି । ଯଶସ୍ୱୀ ଲେଖକ ମନୋଜ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସାଙ୍ଗକୁ ହାତ ଭାଙ୍ଗିଯିବାରୁ ୩ ମାସ ହେବ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍ରେ ଚିକିତ୍ସାଧୀନ ଅଛନ୍ତି । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result