No Result
View All Result
ରଣପୁର ବାର୍ ଆସୋସିଏସନ ଆଡ଼ଭୋକେଟ ଙ୍କ ମତ ଦାନ ପରେ, ସେଥିରୁ ୫୨ ଟି ଭୋଟ୍ ପାଇ ସୂର୍ଯ୍ୟକାନ୍ତ ମହାପାତ୍ର ଆସୋସିଏସନ ର ସଭାପତି ଭାବେ ବିଜୟୀ ଲାଭ କରିଛନ୍ତି । ବିଜୟୀ ଙ୍କୁ ୫୨ ସଂଖ୍ୟକ ଭୋଟ ମିଳିଥିବା ବେଳେ ଅପରଦ୍ୱନ୍ଦୀ ଙ୍କୁ ୭ ଖଣ୍ଡ ଭୋଟ ମିଳିଥିଲା ।

ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ରଣପୁର /ଅଭିମନ୍ୟୁ :- ରଣପୁର ବାର୍ ଆସୋସିଏସନ ରେ ନିର୍ବାଚନ । ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ସେହିଭଳି ଆଜି ରଣପୁର ବାର୍ ଆସୋସିଏସନ ରେ ମଧ୍ୟ ନିର୍ବାଚନୀ ସମାପ୍ତ ହୋଈଛି । ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ଏହି ଭୋଟ ମତ ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି ର ବାର୍ ଆସୋସିଏସନ ର ସମୁଦାୟ ୫୯ ଜଣ ଆଡ଼ଭୋକେଟ୍ ଭୋଟ ଦାନ କରିଥିଲେ । ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଆଡ଼ଭୋକେଟ୍ ଗିରିଜା ଶଙ୍କର ସାମନ୍ତରାୟ ଭୋଟ ଗ୍ରହଣ କରିଥିଲେ ।
ଆଡ଼ଭୋକେଟ ଙ୍କ ମତ ଦାନ ପରେ ସେଥିରୁ ୫୨ ଟି ଭୋଟ୍ ପାଇ ସୂର୍ଯ୍ୟକାନ୍ତ ମହାପାତ୍ର ଆସୋସିଏସନ ର ସଭାପତି ଭାବେ ବିଜୟୀ ଲାଭ କରିଛନ୍ତି । ବିଜୟୀ ଙ୍କୁ ୫୨ ସଂଖ୍ୟକ ଭୋଟ ମିଳିଥିବା ବେଳେ ଅପରଦ୍ୱନ୍ଦୀ ଙ୍କୁ ୭ ଖଣ୍ଡ ଭୋଟ ମିଳିଥିଲା । ଏହି ମତଦାନ ରେ ବ୍ରଜ କିଶୋର ସେନାପତି ଅପରପକ୍ଷରୁ ବିଜୟୀ ଲାଭ କରିଥିବା ସୂର୍ଯ୍ୟକାନ୍ତ ମହାପାତ୍ର ଙ୍କ ସହ ପ୍ରତିଦ୍ୱନ୍ଦି କରିଥିଲେ ।
ବ୍ରଜ କିଶୋର ବହୁ କମ୍ ଭୋଟ ପାଇ ସୂର୍ଯ୍ୟକାନ୍ତ ଙ୍କ ଠାରୁ ପରାଜୟ ଲାଭ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ବାର୍ ଆସୋସିଏସନ୍ ରେ ଉପସଭାପତି ଭାବେ ପ୍ରେମନାଥ ମହାପାତ୍ର , ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା , ସହ ସମ୍ପାଦକ ଉମେଶ ରଞ୍ଜନ ସାହୁ , ଲାଇବ୍ରେରିଆନ୍ ପ୍ରଦିପ୍ତ କୁମାର ପାଣିଗ୍ରାହୀ , କୋଷାଧକ୍ଷ ଭାବେ ତ୍ରିନାଥ କୁମାର ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି ।
No Result
View All Result