No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର )ପାରଳାଖେମୁଣ୍ଡି :- ପୂର୍ବ ନିର୍ଦ୍ଧାରିତ ଦିନ ଧାର୍ଯ୍ୟ ନେଇ ଶନିବାର ମୋହନା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। ବରିଷ୍ଠ ଓକିଲ ତଥା ପୂର୍ବତନ ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ ଓ ସିମାଞ୍ଚଳ କାର୍ଯୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ନିର୍ବାଚନରେ ଶ୍ରୀ ରବିନ୍ଦ୍ର ୯ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିପକ୍ଷ ଶ୍ରୀ କାର୍ଯୀ ୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ସଂପାଦକ ଭାବେ ଓକିଲ ଶୁସାନ୍ତ କୁମାର ମଲ୍ଲିକ ଅପ୍ରିତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ଅନ୍ୟାନ୍ୟ ପଦବୀ ଗୁଡିକ ନିମନ୍ତେ କେହି ପ୍ରତିଦ୍ୱନ୍ଦୀ ନ ଥିବାରୁ ପରବର୍ତ୍ତୀ ସମୟରେ ନିର୍ବାଚନ କରାଯିବ ବୋଲି ନିର୍ବାଚନ ଅଧିକାରୀ ମଧୁସୂଦନ ପାଢୀ କହିଛନ୍ତି ।
ସକାଳ ୮ରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିଲା। ନିର୍ବାଚନ କାର୍ଯ୍ୟକ୍ରମକୁ ଶ୍ରୀ ପାଢୀ ସୁଚାରୁରୂପେ ପରିଚାଳନା କରିଥିଲେ ଓ ଫଳାଫଳ ପ୍ରକାଶ କରିଥିଲେ। ନବ ନିର୍ବାଚିତ ସଂଘ ସଭାପତି ଶ୍ରୀ ନାୟକଙ୍କୁ ନୂତନ ସଭାପତି ପଦ ଗ୍ରହଣ କରିବାପରେ ନିଜର ପ୍ରତିକ୍ରିୟା ସଂପର୍କରେ ପଚାରିବାରୁ ସେ ମୋହନାର ଉନ୍ନତିମୂଳକ କାମ କରିବା ସହିତ ଅଂଚଳବାସୀଙ୍କ ଉନ୍ନତି ମୂଳକ ସାମୁହିକ କାର୍ଯ୍ୟରେ ସହଯୋଗ କରିବେ ଏବଂ ଗରୀବ ଅଭାବୀ ଜନସାଧାରଣଙ୍କ ପାଇଁ ବିନା ଖର୍ଚରେ ଆଇନର ସହାୟତା ଯୋଗାଇ ଦେବେ ବୋଲି କହିଥିଲେ । (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result