No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ପଦ୍ମପୁର :- ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍କବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୬ତମ ଛିନ୍ଦେଇକେଲା କପ ଆସନ୍ତା ୨୪ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ସଭାପତି ଶ୍ରୀ ଆନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । କୋଭିଡ – ୧୯ର ଭୟାବହ ତାକୁ ଦୃଷ୍ଟିରେ ରଖି ଏ ବର୍ଷ ସର୍ବ ଭାରତୀୟ ସ୍ତରରେ ନ କରି ଆଞ୍ଚଳିକ ଦଳ ମାନଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ପ୍ରଥମ ଓ ଦ୍ବିତୀୟ ପୁରସ୍କାର ଯଥା କ୍ରମେ ଟ ୨୫,୦୦୦ ଓ ୨୦,୦୦୦ ରଖାଯିବ ।

ଫାଇନାଲ ଖେଳ ୩୦ ଡିସେମ୍ବର ରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ଼, ବଲାଙ୍ଗୀର, କଣ୍ଟାବାଞ୍ଜି, ପଦ୍ମପୁର, ଖପ୍ରାଖୋଲ, ବାଗବହରା,ଦୁର୍ଗ,ଛିନ୍ଦେଇକେଲା ଆଦି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସମସ୍ତ ମ୍ଯାଚ କୋଭିଡ – ୧୯ ର ଗାଇଡ ଲାଇନ୍ ଅନୁସାରେ ଖେଳାଯିବ ବୋଲି କ୍କବର ବରିଷ୍ଠ ସଦସ୍ୟ ପତିତପାବନ ସାହୁଙ୍କ ଠାରୁ ପ୍ରକାଶ । ଉକ୍ତ ବୈଠକରେ ପ୍ରଶାନ୍ତ କୁମାର ସାହୁ,ରୋହିତ ସାହୁ,ପତିତପାବନ ସାହୁ,ପ୍ରମୋଦ ସାହୁ,ଗଜିନ୍ଦ୍ର ବରିହା,ରାମ କିସନ ହଂସ,ନରେଶ ସାହୁ,ନିରାକାର ରଣା ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result