No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) କଟକ :- ଭିଜିଲାନ୍ସ ପରେ ଏବେ ଆକାଶ ପାଠକଙ୍କୁ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। କୋର୍ଟ ରୁ ୫ ଦିନ ପାଇଁ ରିମାଣ୍ଡ ମିଳିବା ପରେ କ୍ରାଇମବ୍ରାଞ୍ଚ ର ସ୍ପେଶାଲ ଟିମ ଆକାଶଙ୍କୁ ତାଙ୍କର ଜାଲ ନିଯୁକ୍ତି କେଳେଙ୍କାରୀ ବାବଦରେ ଅନେକ ପ୍ରଶ୍ନ ପଚାରିଛି। ଯେଉଁଥିରୁ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଟାଟା ମୋଟର୍ସ ର ଡେପ୍ୟୁଟି ଜେନେରାଲ ମ୍ୟାନେଜର (ଏଥିକ୍ସ) ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାର ରେ କ୍ରାଇମବ୍ରାଞ୍ଚ ର ସାଇବର କ୍ରାଇମ କେସ ନମ୍ବର ୨୬ ରେ ମାମଲା ଗତ ୨୩ ସେପ୍ଟେମ୍ବର ରେ ଆକାଶଙ୍କ ବିରୁଦ୍ଧରେ ରୁଜ୍ଜୁ କରାଯାଇଥିଲା ।
ଆଇପିସି ର ଧାରା 419,420,467,468,469,471 ଏବଂ ଆଇ.ଟି ଆକ୍ଟ ର ଧାରା 66(C) ଏବଂ 66( D) ରେ ଏସବୁ ଦଫା ତାଙ୍କ ବିରୁଦ୍ଧରେ ଲାଗିଥିଲା।ତାଙ୍କ ନାଁ ରେ ଏଫ ଆଇ ଆର ରେ ଯେଉଁ ଅଭିଯୋଗ ଆସିଛି,ସେହି ଅଭିଯୋଗ ଅନୁସାରେ ଆକାଶ ନିଜକୁ ଟାଟା ମୋଟର୍ସ ର ଇନଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ଭାବେ ପରିଚୟ ଦେଇ କମ୍ପାନୀ ଏବଂ ସାଧାରଣ ଲୋକଙ୍କୁ ଠକିଛନ୍ତି । ଏପରିକି କମ୍ପାନୀ ନାଁ ରେ ଜାଲ ଭିଜିଟିଂ କାର୍ଡ,ପରିଚୟ ପତ୍ର,କମ୍ପାନୀ ର ଲୋଗୋ ଏବଂ ଅନ୍ୟ ଡକ୍ୟୁମେଣ୍ଟକୁ ମଧ୍ୟ ଜାଲ କରି ଚାକିରି ଦେବା ନାଁ ରେ ଖୁଲମଖୁଲା ଠିକିଛନ୍ତି । ଆଉ ଚାକିରୀ ଦେବା ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଜଣାପଡିଛି । ଏହାର ତଦନ୍ତରୁ ଜଣାପଡିଛି ଯେ ୬ ଜଣ ବ୍ୟକ୍ତି ଯେଉଁମାନେ କ୍ରାଇମବ୍ରାଞ୍ଚ ନିକଟରେ ଜାଲ ନିଯୁକ୍ତି ବାବଦରେ ଅଭିଯୋଗ କରିଥିଲେ ସେମାନେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀଙ୍କୁ ଚାକିରି ପାଇଁ ବିପୁଳ ପରିମାଣ ର ଟଙ୍କା ଦେଇଥିଲେ ।
ଆକାଶ ବିଧାୟକଙ୍କ ଭାବି ଜ୍ବାଇଁ ହୋଇଥିବାରୁ ବିଧାୟକ ନିଜେ ଦୁଇ ଜଣ ଏବଂ ତାଙ୍କ ସହଯୋଗୀମାନେ ଅନ୍ୟ ୪ ଜଣଙ୍କଠାରୁ ଚାକିରି କରାଇଦେବା , କହି ଟଙ୍କା ନେଇଥିଲେ ବୋଲି, କ୍ରାଇମବ୍ରାଞ୍ଚ ରେ ଅଭିଯୋଗ ରେ ଉଲ୍ଲେଖ କରିଥିବା ସୂଚନା ଦେଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶନୀ । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ରେ ଅଭିଯୋଗ କରିଥିବା ୬ ଜଣ କେବଳ ଆକାଶଙ୍କ ନିଯୁକ୍ତି କେଳେଙ୍କାରୀ ର ଶିକାର ହୋଇଥିଲେ ତାହା ନୁହେଁ ବଂର ସେମାନଙ୍କୁ ଛାଡି ଆହୁରି ଅନେକ ଆଶାୟୀମାନେ ମଧ୍ୟ ଚାକିରି ପାଇବା ଆଶାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀ ଓ ଆକାଶଙ୍କ ଠକାମୀ ର ଶିକାର ହୋଇଛନ୍ତି । ଏପରିକି ଆକାଶ ଅନେକ ଆଶାୟୀଙ୍କୁ ଜାଲ ନିଯୁକ୍ତି ଦେଇ, ସେମାନଙ୍କୁ ଅନ ଲାଇନ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ ।
ଏହି ଠକେଇ ର ତଦନ୍ତ ଆରମ୍ଭ କରି କ୍ରାଇମବ୍ରାଞ୍ଚ ଆକାଶ ର ପୁନେ ଏବଂ ଭୁବନେଶ୍ବର ଅଫିସର ପି.ଏ ଡେଭିଡ ପିଟରଙ୍କୁ ମଧ୍ୟ ପଚରାଉଚରା କରିବା ପରେ ,ଏହି ଜାଲ ନିଯୁକ୍ତି ଫର୍ଦ୍ଦ ରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ । ତେଣୁ ଏହି ଠକେଇ ର ଶିକାର ହୋଇଥିବା ଲୋକେ କୌଣସି ପ୍ରକାର ମନରେ ଭୟ ନ ରଖି ସିଧାସଖଳ ଆସି କ୍ରାଇମବ୍ରାଞ୍ଚ ରେ ଅଭିଯୋଗ କରନ୍ତୁ ବୋଲି ଅପିଲ କରିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ସମୟରେ ବାପା ପୁଅଙ୍କ ସହ ନେତା,ମନ୍ତ୍ରୀ କି ଅଫିସର ମାନଙ୍କ ଲିଙ୍କ୍ ଅଛି ନା ନାହିଁ ସେ ସମ୍ପର୍କରେ ପୁଖାଂନୁପୁଖଂ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ଏହାବ୍ୟତୀତ ଏହି ଜାଲ ନିଯୁକ୍ତି ର ଚେର ଆଉ କେଉଁ କେଉଁ ଆଡକୁ ଲମ୍ବିଛି ସେ ନେଇ ମଧ୍ୟ ଅଧିକ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result