ଘର ଉପରେ ପଡ଼ିଲା ବିରାଟ ଗଛ, ଚାପିହୋଇ ରହିଗଲେ ଲୋକେ

ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ଫୁଲବାଣୀ :- ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଛ ପଡ଼ିଯିବାରୁ ଚାପି ହୋଇରହିଛନ୍ତି ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସହରର ପିଅନପଡା ଛକରେ । ଏହି ଛକରେ ଥିବା ଏକ ବଡ଼ ଗଛ ରହିଥିଲା । ଏହି ଗଛ ନିକଟରେ ଏକ ଆଜବେଷ୍ଟସ ଘର ରହିଥିଲା ।  ଗଛଟି ଘର ଉପରେ ପଡ଼ିଯିବାରୁ ଘର ଲୋକ ଗଛ ତଳେ ଚାପି ହୋଇ ରହିଛନ୍ତି ।

ସ୍ଥାନୀୟ ଲୋକ ଘର ଭିତରୁ ଗୋଟିଏ ଶିଶୁ ଏବଂ ମହିଳାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଗଛ ତଳେ ଚାପି ହୋଇ ଜଣେ ବୃଦ୍ଧା ରହିଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି  ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )