No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ଭୁବନେଶ୍ୱର :- କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏକ ଅସ୍ତ୍ରଶସ୍ତ୍ର ଚୋରା ବେପାର କରୁଥିବା ଏକ ଦଳର ସାତ ଜଣ ସଦସ୍ୟ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ମାନଙ୍କ ଦ୍ୱାରା ପରିଚାଳିତ ଏହି ଦଳର ଗିରଫ ହୋଇଥିବା ସଦସ୍ୟ ମାନଙ୍କ ସୂଚନା ଅନୁଯାୟୀ ପୋଲିସ ଧଳସାମନ୍ତ ଘରୁ ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳିଗୋଳା ଜବତ କରିଛି । ଏହି ଗୁଳି ଗୋଳା ମଧ୍ୟରେ ୧୬ ଟି ଅତ୍ୟାଧୁନିକ ପିସ୍ତଲ, ୨୪ଟି ମ୍ୟାଗାଜିନ, ୧୦୯୫ ଟି ଜୀବନ୍ତ ଗୁଳି ଇତ୍ୟାଦି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

No Result
View All Result