No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର) କଳାହାଣ୍ଡି :- ମହିଳା ଓ ଶିଶୁ କନ୍ୟାର ସୁରକ୍ଷା ତଥା ହିଂସା ରୋକିବା ନିମନ୍ତେ ନାଗରିକ ବିକାଶ ସଂଗଠନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ କେସିଙ୍ଗା ବ୍ଲକର ୨୧ଗୋଟି ପଞ୍ଚାୟତର ଆଶା, ଅଙ୍ଗନୱାଡ଼ି କର୍ମୀ, ସରପଞ୍ଚ , ଗାଁ ସ୍ଵେଚ୍ଛାସେବୀ ଓ ନାଗରିକ ବିକାଶ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
୧୫ ଦିନିଆ କାର୍ଯ୍ୟକ୍ରମରେ ନାଗରିକ ବିକାଶ ସଂଗଠନ ପକ୍ଷରୁ କଲ୍ୟାଣୀ ଦାସ ଭାଗ ନେଇ ଦୁଇ ଗୋଟି ବ୍ଳକରେ ମହିଳା ଓ ଶିଶୁ କନ୍ୟା ମାନଙ୍କୁ ହିଂସା ରୋକିବା ଦିଗରେ ମହିଳାଙ୍କୁ ସଚେତନ କରାଇଥିଲେ । ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ଗ୍ରାମପଞ୍ଚାୟତ ସରପଞ୍ଚ କୁନ୍ତୀ ପାତ୍ର,କଦମଗୁଡା ସରପଞ୍ଚ ଜ୍ୟୋତ୍ସ୍ନା ମାଝୀ, ଗ୍ରାମ୍ୟ ସ୍ଵେଚ୍ଛାସେବୀ ଦିପ୍ତିରାଣୀ ପାତ୍ର, ଅମ୍ରିତା ଗୈ।ଡ ପ୍ରମୁଖ ଏହି କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ସହ ଜନସଚେତନତା ସୃଷ୍ଟି କରିବାରେ ସହଯୋଗ ପ୍ରଦାନ କରିଥିଲେ । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)
No Result
View All Result