No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ଡିସେମ୍ବର ଗୁରୁବାର ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ସ୍କୁଲ ନିକଟରେ ଆଜି ଏକ କାର ସହ ୨ବାଇକ୍ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ସୂଚନା ଅନୁସାରେ ଓଡ଼ଗାଁ ପାଶ୍ୱରୁ ଏକ ବସ କୁ ଦୁଇ ବାଇକ ଚାଳକ ଅତିକ୍ରମ କରୁଥିବା ବେଳେ ନୟାଗଡ ପଟରୁ ଆସୁଥିବା JHO -2BD-5235 କାର ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ରେ ଜଣେ ମୃତ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ହେଲେ ଗୈାଡପୁଟ ଗ୍ରାମ ର ଅଶୋକ ପୃଷ୍ଟି(୪୫ )। ସେହିପରି ଆଉ ଜଣେ ବାଇକ୍ ଆରୋହୀ ଜାମୁସାହିର ପ୍ରମୋଦ ନାୟକ (୩୦) । ସେ ସାମାନ୍ୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରୁ କାର୍ ଛାଡି ଚାଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ଓଡ଼ଗାଁ ପୋଲିସ କାରକୁ ଜବତ କରିଛି । ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ପ୍ରକ୍ରିୟା ଚଳାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result