No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ଚନ୍ଦାହାଣ୍ଡି :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ୧୪ ଟି ପଞ୍ଚାୟତ ର ଜନସାଧାରଣ ମାନଙ୍କୁ ଵିଶୁଦ୍ଦ ପାନୀୟ ଜଳ ପ୍ରତି ଘର ବାରଣ୍ଡା ରେ ଯୋଗାଇ ଦେବା ଶକାଶେ ରାଜ୍ୟସରକାର ଙ୍କ ଜଳଯୋଗାଣ ମିସନ ଦ୍ବାରା ୧୪୦ କୋଟି ଟଙ୍କା ଅଟ କଳ ମୂଲ୍ୟ ର ବୃହତ ଜଳଯୋଗାଣ ପ୍ରକଳ୍ପ ର ଶିଳାନ୍ୟାସ ଉତ୍ସବ ମୋହରା ପଞ୍ଚାୟତ ବରିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦାନ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ମୁଖ୍ୟ ବକ୍ତା ଭାବରେ ନବରଙ୍ଗପୁର ଜିଲ୍ଲାପାଳ ଡଃକ୍ତର ଅଜିତ କୁମାର ମିଶ୍ର ଯୋଗଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଟିକମ୍ ସିଂ ନାୟକ, ବି ଡି ଓ ଧର୍ମରାଜ ମାଝି ତହସିଲଦାର ହୃଦାନନ୍ଦ ସିଂ ମାଝୀ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ,ଜିଲ୍ଲା ପରିଷଦ ସଭ୍ୟ ସନୀନ୍ଦ୍ର କୁମାର ସୋରି, ଶ୍ୟାମ ସୁନ୍ଦର ମାଝୀ ଉପାଧ୍ୟକ୍ଷା ସୁଭଦ୍ରା ସିନ୍ନା ନବରଙ୍ଗପୁର ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର କୁମାର ପାଢୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ଜିଲ୍ଲା ସହକାରୀ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର କୁମାର ପାଢ଼ୀ ଙ୍କ ସଭାପତି ତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୀର୍ଘଦିନ ରୁ ଚନ୍ଦାହାଣ୍ଡି ଅଞ୍ଚଳରେ ଏକ ୧୪୦ କୋଟି ଟଙ୍କା ମୂଲ୍ୟ ର ଏକ ବୃହତ ଜଲଯୋଗାଣ ପ୍ରକଳ୍ପ ଆରମ୍ଭ ହେବା କୁ ଜାଉଥିବାରୁ ଅଞ୍ଚଳ ବାସି ଖୁସିପ୍ରକଟ କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ଦିଆଯାଇଥିଲେ । ଏହା ପୂର୍ଵରୁ ଚନ୍ଦାହାଣ୍ଡି ବ୍ଲକ ରେ ପ୍ଲୋରାଇଡ ମାତ୍ରା ପାଣି ରେ ବେଶୀ ପରିମାଣ ରେ ଥିବା ରୂ ଏଠାରେ ଲୋକଙ୍କ ଦାନ୍ତ ଖରାପ ହେବା ସହ କିଡନୀ, ବାତ ପରି ରୋଗ ଦେଖାଯାଉଥିଲା । ବର୍ତ୍ତମାନ ଵୃହତ୍ ଜଳଯୋଗାଣ ପ୍ରକଳ୍ପ କରାଜାଉ ଥିବା ରୁ ପାଣିକୁ ବିଶୋଧିତ କରି ଛଡାଯିବ ଯାହାଦ୍ୱାରା ଏସବୁ ସମସ୍ୟା ରହିବ ନାହିଁ ଵୋଲି ଜିଲ୍ଲାପାଳ ଡଃକ୍ତର ଅଜିତ କୁମାର ମିଶ୍ର ବୈଠକ ରେ ପ୍ରକାଶ କରିବା ସହ ୭/୮ ମାସ ଭିତରେ ସାରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଆସନ୍ତା ୨୦୨୧ ଡିସେମ୍ବର ୩୧ ସୁଧା ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରା ଜିବା ସହ ପ୍ରତିଗ୍ରାମ କୁ ପାନୀୟ ଜଳ ଯୋଗାଣ ସଂଯୋଗ ଦିଆଜିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ ତତ ସହିତ MGNREGS ସ୍କିମ ମାଧ୍ୟମରେ ପ୍ରକଳ୍ପ କୁ ଏକ ରାସ୍ତା ଯୋଗାଇ ଦେବା ପାଇଁ ନିର୍ଵାହୀ ଯନ୍ତ୍ରୀ ଶ୍ରୀପାଢୀ ବିଡିଓ ଙ୍କୁ ଅନୁରୋଧ କରିଥିଲେ । ଏହା ପରେ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି,ମୁଖ୍ୟ ବକ୍ତା ଏବଂ ସମସ୍ତ ଅତିଥି ମାନେ । ପ୍ରଦୀପ ପ୍ରଜ୍ବଳନ କରିବା ସହ ବୃହତ ଜଳଯୋଗାଣ ପ୍ରକଳ୍ପ କୁ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଶିଳାନ୍ୟାସ କରିଥିଲେ । କାର୍ଯ୍ଯକ୍ରମରେ ସମସ୍ତ ସରପଞ୍ଚ ସମିତି ସଭ୍ଯ/ସଭ୍ଯା ବ୍ଲକ କନିଷ୍ଠ ଜଳଯୋଗାଣ ଯନ୍ତ୍ରୀ ଶ୍ରୀମତୀ ଅନିତା ପ୍ରଧାନ, ଶିଶୁ ବିକାଶ ପ୍ରକଳ୍ପ ସୁପର ଭାଇଜର ସୌଦାମିନୀ ସ୍ବାଇଁ, ଫୁଲେଶ୍ବରୀ ଭତ୍ରା, ବ୍ଲକ ବିଜେଡି ସଭାପତି ଗୌରହରି ନାୟକ, ଯୁବରାଜ ଜଗତ, ବଳରାମ ପଟ୍ଟନାୟକ, ତ୍ରିନାଥ ଦାସ, ପୁରୂଷୋତ୍ତମ ପାରୀ କିଶୋର ଖମାରୀ ସମାଜସେବୀ ପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।(ରିପୋର୍ଟ -ଯୁବରାଜ ଜଗତ )
No Result
View All Result