ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପାରଳାଖେମୁଣ୍ଡି :- ପୋଷ୍ୟସନ୍ତାନ ମାସ ପାଳନ ଉପଲକ୍ଷେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ ବାସଭବନ ଠାରେ ସଚେତନତା ବାର୍ତ୍ତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜନସାଧାରଣଙ୍କ ସଚେତନତା ନିମନ୍ତେ ବାହାରିଥିବା ଏହି ରଥକୁ ଜିଲ୍ଲାପାଳ ଅନୁପମ ସାହା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ଯଦି କାହା ନଜରରେ ପରିତ୍ୟକ୍ତ ଶିଶୁ ଯତ୍ନ ଓ ସୁରକ୍ଷା, ନିଜର ସନ୍ତାନକୁ ଲାଳନ ପାଳନ କରିବାକୁ ଚାହୁଁ ନାହାନ୍ତି ଏବଂ ମାତୃପିତୃ ହୀନ ଶିଶୁର ସମ୍ପର୍କୀୟ ମାନେ ଯତ୍ନ ଓ ସୁରକ୍ଷା ଦେବାକୁ ଚାହୁଁନାହାନ୍ତି ତେବେ ଶିଶୁ ସୁରକ୍ଷା ୟୁନିଟ୍ , ଶିଶୁ ମଙ୍ଗଳ ସମିତି କିମ୍ବା ଚାଇଲ୍ଡଲାଇନର ଟୋଲଫ୍ରି ନଂ-୧୦୯୮ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି ।

ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବାକୁ ଚାହାନ୍ତି ତେବେ ସେମାନେ ସି ଏ ଆର ଏ (CARA) ର ୱେବସାଇଟ୍ ରେ କିମ୍ବା ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ କିମ୍ବା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ଟେଲିଫୋନ ନଂ-୦୬୮୧୫-୨୨୨୫୮୬ରେ ଯୋଗାଯୋଗ କରିପାରିବେ । ଏହି ସଚେତନତା ବାର୍ତ୍ତା ରଥ ୩ଦିନ ଧରି ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରଚାର କରିବ । ସଚେତନତା ରଥର ଶୁଭାରମ୍ଭ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଓ ଜିଲ୍ଲା କ୍ରୀଡାଧିକାରୀ ତଥା ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ସମ୍ପୃକ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

(ଗରୁଡ ଧ୍ଵଜ ଚୌଧୁରୀ /ଗଜପତି )