No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) କଟକ :- ମଙ୍ଗଳବାର ଭାରତ ବନ୍ଦ ଡାକରାର ସୁଯୋଗ ନେଇ ଦୁଇ ଜଣ ଯୁବକ OR-BT- 5863 ନମ୍ବର ଥିବା ଏକ ଟୁ ଟୋଣ୍ଟି ପଲସର ଵାଇକରେ , ୧୬୫ ଗ୍ରାମ ବ୍ରାଉନସୁଗାର ( ଧଳା ଜହର ) ବିକ୍ରି କରିବାକୁ ଯାଉଥିଲା ବେଳେ, ଅବକାରୀ ବିଭାଗ ପୋଲିସ ହାତରେ , ବାରଙ୍ଗ କେନାଲ ଛକ ଠାରେ ମଙ୍ଗଳବାର ଧରାପଡିଥିଲେ । ଧରାପଡିଥିବା ଦୁଇ ଯୁବକ ହେଲେ କଟକ ବାରଙ୍ଗ ଥାନା
ଅନ୍ତର୍ଗତ ବେଲଗଛିଆ ଗ୍ରାମର ପ୍ରଶାନ୍ତ ବେହେରା ୪୫ ବର୍ଷ ଏବଂ ପଦାସାହି ଗ୍ରାମର ସନ୍ତୋଷ ବେହେରା ୩୯ ବର୍ଷ । ଅବକାରୀ ପୋଲିସ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିବା ସହିତ , ସେମାନଙ୍କ ପାଖରେ ଥିବା ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ବୁଧବାର ଧରାପଡିଥିବା ଦୁଇ ଯୁବକ ପ୍ରଶାନ୍ତ ଏବଂ ସନ୍ତୋଷ କୁ କୋର୍ଟ ଚାଲାଣ କରାଯାଇଛି । (ରିପୋର୍ଟ – ଅମୂଲ୍ୟ କୁମାର ବାରିକ)
No Result
View All Result