No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାମଗିରରେ ରହିଛି ଅନେକ ସମସ୍ୟା । ସେହି ସମସ୍ୟା ମଧ୍ୟରୁ ବର୍ତ୍ତମାନର ମୂଖ୍ୟ ସମସ୍ୟା ହେଉଛି, ଇଣ୍ଟେରନେଟ୍ ସେବା । ଲୋକଙ୍କ କହିବା ଅନୁସାରେ, ବାରମ୍ବାର ଜନ ପ୍ରତିନିଧି ଓ ପ୍ରସାସନକୁ ଜଣେଇଲେ ମଧ୍ୟ ଏହାର କୈଣସି ପ୍ରତୀକାର ହୋଇନଥିବାରୁ ,ଏଥିଲାଗି ଜନ ଅସନ୍ତୋଷ ଦେଖାଦେଇଛି । ଏହି ରାମଗିରିରେ ରହିଛି ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଜ୍ଞାନ ମହାବିଦ୍ୟାଳୟ, ଓ ତାହାସହିତ ସରକାରୀ ଅନୁମତି ପ୍ରାପ୍ତ ଆଉ ଦୁଇଟି ସ୍ମାତକ ମହାବିଦ୍ୟାଳୟ ।
ଏଥିରେ ଅଞ୍ଚଳର ବହୁ ଗରୀବ ଛାତ୍ରଛାତ୍ରୀ ନିର୍ଭରକକରି ପାଠପଢ଼ୁଛନ୍ତି । କରୋନା ଲାଗି ଅନଲାଇନ୍ ପାଠପଢାରେ ଇଣ୍ଟେରନଟ୍ ସମସ୍ୟା ଛା୍ତ୍ରଛାତ୍ରୀ ତଥା ଅବିଭାବକଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ରାମଗିରି ଏକ ଆଦିବାସୀ ଅଧ୍ୟଷିତ ଅଞ୍ଚଳ ହେଇଥିବାରୁ ଏହାକୁ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସେହିପରି ରାମଗିରି ଆନିକଟ ପରିସଲରେ ମଧ୍ୟ ଜିଓ ଟାଓ୍ବାର ବସି ତିନିବର୍ଷ ବିତିଯାଇଥିଲେ ଏହା ଚାଲୁ ନଥିବାରୁ ସେହି ଅଞ୍ଚଳରୁ ମଧ୍ୟ ଜନ ଅସନ୍ତୋଷ ଦେଖାଦେଇଛି । ଏହାର ଶୀଘ୍ର ସ୍ଥାୟୀ ସମାଧାନ ନହେଲେ ଆଗାମୀଦିନରେ ଜନଆନଦୋଳନ ଲାଗି ରାସ୍ତାକୁ ଆସିବାଲାଗି ଚେତାବନୀ ଦେଇଛଛନ୍ତି ଅଞ୍ଚଳବାସୀ । (ଗରୁଡ ଧ୍ଵଜ ଚୌଧୁରୀ / ଗଜପତି )
No Result
View All Result