ସରକାର ଙ୍କ ଅନୁମତି କ୍ରମେ ନୟାଗଡ଼ ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଙ୍କ ତତ୍ତ୍ଵାବଧାନ ରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଅଛି । ଏକ ଛୋଟ ଧରଣ ର ପ୍ରଦର୍ଶନୀ ଦୀର୍ଘ ୨୦ ଦିନ ଧରି ଅନୁଷ୍ଠିତ ହେବ । ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା
ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର ) ନୟାଗଡ :- ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା କୋଭିଡ୍ କଟକଣା ଯୋଗୁଁ ଅନୁଷ୍ଠିତ ହେଉନାହିଁ । ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏକ ଛୋଟ ଧରଣର ପ୍ରଦର୍ଶନୀ ଆସନ୍ତା ୧୦.୧୨.୨୦୨୦ରିଖ ଠାରୁ ଆରମ୍ଭ ହୋଇ ତା.୩୦.୧୨.୨୦୨୦ ରିଖ ପର୍ଯ୍ୟନ୍ତ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଅଛି ।
ଉକ୍ତ ପ୍ରଦର୍ଶନୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ, ନୟାଗଡ଼ ତରଫରୁ ଆୟୋଜନ କରାଯାଇଛି । ଏଥିରେ ଅନ୍ୟୁନ ୨୦ଗୋଟି ଷ୍ଟଲ ଖୋଲାଯିବ । ଉକ୍ତ ଷ୍ଟଲମାନଙ୍କରେ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନୀ ଓ ବିକ୍ରୟ କରାଯିବ । ଏହା ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ।