ମହାକାଳପଡ଼ା ର ଅଞ୍ଜଳି ନାୟକ ଙ୍କ ପାଇଁ ସରକାରୀ ଯୋଜନା ଓ ସହାୟତା ସାତସପନ ପାଲଟିଛି

ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) କେନ୍ଦ୍ରାପଡ଼ା  :-  ମହାକାଳପଡ଼ା ବ୍ଲକ ଅଧୀନରେ ଗଗୁଆ ପଂଚାୟତ ଅନ୍ତର୍ଗତ ବାଲିଗଣ୍ଡ ଗ୍ରାମରେ ଆଜକୁ ପ୍ରାୟ 5ବର୍ଷ ତଳେ ଅଞ୍ଜଳି ନାୟକ ଙ୍କ ବାପା ଙ୍କର ମାନସିକ ବିକାର ଗ୍ରସ୍ତ ହୋଇ ଯାଇଥିବା ବେଳେ ଅନ୍ୟ ପଟେ ବଡ଼ ଝିଅ ବର୍ଷା ରାଣୀ ନାୟକ ଙ୍କ +2ସମୟରେ ପାଠ ପଢା ଡୋରି ଭାଗ୍ୟ ଜୀବନରେ ବନ୍ଧା ହୋଇଗଲା ଉକ୍ତ ସମୟ ରେ ଆପଣ ମାନେ ବର୍ତମାନ ସେ ପରିବାର କି ପ୍ରକାର ଅସହାୟ ମଧ୍ୟରେ ଗତି କରୁଥିବେ ଟିକେ ଭାବନ୍ତୁ କଣ ପରିସ୍ଥିତି ହୋଇଥିବ ସେହି ପରିବାର କହିଲେ ଘର ର ମୁରବି ଙ୍କର ମାନସିକ ବିକୃତ ସହ ମାଆ ଙ୍କ ଦେହ ଅସୁସ୍ଥତା ସାଙ୍ଗକୁ ଦୁଇ ଝିଅ ବଡ ଝିଅ ବର୍ଷା ରାଣୀ ନାୟକ( ବୟସ -19 )ସମୟ ଏମିତି ଦୁଃଖତ ଦୁଃଖ ଦାରୁଣ ଦୁଃଖ ଝିଅ ଅଞ୍ଜଳି ନାୟକ ଙ୍କ ର ମଧ୍ୟ ବେକରେ ମାଂସ ପିଣ୍ଡୁଳା ବଢ଼ିବାରେ ଲାଗିଛି ପୁଣି ସେତିକ କରେ ଦୁଃଖ ସରିନାହିଁ , ଅଞ୍ଜଳି ଙ୍କର ପେଟରେ ଟ୍ୱିମ୍ବର ହୋଇଯାଇଛି ତେବେ ଏନେଇ ଉକ୍ତ ଅସହାୟ ପରିବାର ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କୁ କେତେ ଥର ଲିଖିତ ଅଭିଯୋଗ ଦିଆଯିବା ସହିତ ବ୍ଲକ ରେ ଅଭିଯୋଗ

କରିବା ପହଁଚି ସୌଜନ୍ୟତା ମୂଳକ ସାକ୍ଷାତ କରିବା ସହିତ  ଶାସକ ଦଳର ବିଧାୟକ ଅତୁନ ନାୟକ ଙ୍କୁ ବି ଅନେକ ଥର ସାହାଯ୍ୟ ପାଇଁ ପ୍ରତିଶୃତି ଦେଇ ପାଣିର ଗାର ହୋଇ ରହିଗଲା ବର୍ତମାନ ସରକାରୀ ବାବୁ ମାନଂକର ଲୋକ ଦେଖାଣିଆ ବୋଲି ଚର୍ଚା ହେଉଛି ।  ତେବେ ଏଠାରେ ବଡ଼ ପ୍ରଶ୍ନ ଆସେ ସତରେ କେତେ କଣ ଯୋଜନା ଆସି ବିନା ଲିଷ୍ଟ ଓ କୋଣସି ଗ୍ରାମ ସଭା ଏବଂ ପଲି ସଭା ନହୋଇ କାହିଁ କଣ କଥା ରାଜ୍ୟ ସରକାର ଙ୍କ ଅଫିସ ବାବୁ ମାନେ ଖାଇ ହଜମ କରି ଦେଉଛନ୍ତି l ତେଣୁ ଏହି ଗରିବ ଅସହାୟ ପରିବାର କଣ ଦୁନିଆରେ ତାର ମୌଳିକ ଅଧିକାର ଟିକେ ସାହାଯ୍ୟ ପାଇବା ପାଇଁ ହକ ନାହିଁ ? ମହାକାଳପଡ଼ା ବ୍ଲକ ର ବିଡ଼ିଓ ସେଠାରେ କେତେ କଣ ଲୋକ ମାନଙ୍କ ଉପକାର ର ହାତ ବଢ଼ାଇ ଦେଉଛନ୍ତି ତେବେ ବାକି ରହିଲା ଆଗାମୀ ଅଧାୟରେ ଦେଖିବାକୁ ବାକି ରହିଲା ଏଥିପାଇଁ ରାଜନେତା ଓ ପ୍ରଶାସନ ଙ୍କ ପାଇଁ ସାଧାରଣ ଲୋକଟି ଠିକଣା ଢଙ୍ଗରେ ଅଫିସ ମାର୍ଗ ଚାଲୁ ନାହିଁ  ( ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )