No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍ଲକ ଦହିତା ପଂଚାୟତ ପିଇଓ ଙ୍କ ଘରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମ ର ଚଢାଉ । ପିଇଓ ପୁରନ୍ଦର ସାହୁଙ୍କ ନିଜସ୍ୱ ବାସ ଭବନ ସହିତ ପଦ୍ମପୁରରେ ଥିବା ଆଉ ଏକ ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ । ପିଇଓ ପୁରନ୍ଦର ସାହୁଙ୍କ ନାମରେ ଆୟ ବର୍ହିଭୁତ ସମ୍ପତି
ଠୁଳ ଅଭିଯୋଗ ରେ ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଚଢଉ କରିଥିବା ସହ ବର୍ତ୍ତମାନ କାଗଜ ପତ୍ର ଏବଂ ଘର, ଜମି ବାଡି ଭେଲ୍ୟୁଏସନ ଜାରି ରହିଥିବାର ସୁଚନା ଦେଇଛନ୍ତି ବରଗଡ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନ । ପିଇଓ ଙ୍କ ଘର ସହ ମୋଟ ଦୁଇଟି ଜାଗାରେ ଚଢାଉ କରା ଯାଇ ଥିବାର ସୁଚନା ରହିଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result