No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର )ହିଞ୍ଜିଳିକାଟୁ :- କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଭାରତୀୟ ଜାତୀୟ କଂଗ୍ରେସ ସମେତ ୧୮ ଟି ରାଜନୈତିକ ଦଳ ସମର୍ଥନ ଜଣାଇ ମଙ୍ଗଳବାର ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଯୁବ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା କୁ ସମର୍ଥନ କରି ଏକ ବାଇକ ରାଲି ଆୟୋଜନ କରାଯାଇଥିଲା । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଳକ, ନଗର ଓ ଛାତ୍ର କଂଗ୍ରେସର ଶତାଧିକ କର୍ମୀ ଏହାକୁ ସମର୍ଥନ ଜଣାଇ ଭାରତ ବନ୍ଦ ଡ଼ାକରାରେ ସାମିଲ ହୋଇଥିଲେ । ସ୍ଥାନୀୟ ଆରଏମସି ଛକ ଠାରୁ ଏକ ବାଇକ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ । ପିକେଟିଙ୍ଗ କରିବା ସହ ସହରର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ପରିବା ବଜାର ନିକଟସ୍ଥ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ପଥପ୍ରାନ୍ତ ସଭା ରେ ଆୟୋଜନ କରାଯାଏ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ସମଗ୍ର ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ନଗର ସଭାପତି ସୁନାରାମ ସାବତ , କୁନା ବିଶୋଇ , ଯୁବ ନେତା କହ୍ନେୟାଲାଲ୍ ସାବତ ( କାହ୍ନ। ) , ମନୋଜ କୁମାର ଗୌଡ଼ , ପବିତ୍ର ସେଠି , ସାଗର ଦାସ ,, ଲିଟୁ , ଧନୁ, ସାଗର ଛତ୍ର ନେତା ଚନ୍ଦନ କୁମାର ପାଢ଼ୀ , ଅନିଲ କୁମାର ପାଣ୍ଡା , ଶ୍ରୀକାନ୍ତ ପରିଡା , ବିଶାଳ ,ରାଜକୁମାର ଓ ଶତାଧିକ କଂଗ୍ରେସ ଯୁବ ,ଛାତ୍ର କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । (ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ )
No Result
View All Result