No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ :- ପୌର ପରିଷଦ, ହିଞ୍ଜିଳିକାଟୁ ତରଫରୁ ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ଯୋଜନା ତଥା ସ୍ୱଚ୍ଛ ସର୍ବେକ୍ଷଣ -୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିବା ଦିଗରେ ବେଶ ତତ୍ପରତା ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ମାତ୍ର ପୋୖରାଞ୍ଚଳରେ ଯେପରି ସ୍ୱଚ୍ଛତା, ପାନୀୟ ଜଳଯୋଗାଣ, ପରିବେଶ ସୁରକ୍ଷା ଓ ଵୃକ୍ଷ ରୋପଣ କରାଯାଇ ସ୍ୱଚ୍ଛତା କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି ହୋଇ ପାରିବ ସେଥିପ୍ରତି ଜିଲ୍ଲା ଓ ପୌର ପ୍ରଶାସନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଗତ ନଭେମ୍ବର ୨୯ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦାନ କରି ସହରବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସହଭାଗୀତା ନିମନ୍ତେ ଶପଥ ପାଠ ସହ ଆହ୍ୱାନ ଦେଇଥିଲେ । ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୧ରେ ଯେପରି ଦେଶ ତଥା ରାଜ୍ୟର ପ୍ରମୁଖ ସହର ମଧ୍ୟରେ ୧ନଂ ଭାବେ ସ୍ଥାନ ଅଳଙ୍କୃତ କରିବ ସେ ଦିଗରେ ଯତ୍ନବାନ ଓ ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ଆସ୍ଥା ପ୍ରକଟ କରିଥିଲେ । ଏହି ମହତ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ପୌର ପ୍ରଶାସନ ।
ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା ସହ ଚିତ୍ରକଳା ମାଧ୍ୟମରେ ସହରକୁ ସୌନ୍ଦର୍ଯ୍ୟ କରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଭିନ୍ନ ୱାର୍ଡରେ ପର୍ଯ୍ୟାୟ କ୍ରମେ ସଚେତନତା ଅଭିଯାନ ଆରମ୍ଭ ହୋଇ ସହରବାସୀଙ୍କ ସଦିଛା, ସହଯୋଗ ଓ ସହଭାଗୀତା ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି । ସ୍ୱଚ୍ଛତା ସହ ଏକ ପରିମଳମୁକ୍ତ ସହର ଗଠନ ଦିଗରେ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରି କିଭଳି କାର୍ଯ୍ୟଧାରା ଆରମ୍ଭ ହୋଇଛି ସେ ନେଇ ମଙ୍ଗଳବାର ଜନମତ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାତଃ ଭ୍ରମଣରେ ଯିବା ଆସିବା କରୁଥିବା ପଥଚାରୀଙ୍କୁ ସ୍ୱଚ୍ଛତା ପ୍ରସଙ୍ଗରେ ବିଭିନ୍ନ ମତାମତ ଲୋଡ଼ା ଯାଇଥିଲା । ଜନମତ ସର୍ଭେ ବେଳେ ବିଭିନ୍ନ ବର୍ଗର ପଥଚାରୀ ସକାରାତ୍ମକ ମତାମତ ଉପସ୍ଥାପନ କରିଥିବା ସୂଚନା ମିଳିଛି । ସହରରେ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ସହ ସୌନ୍ଦର୍ଯ୍ୟକରଣ ବାତାବରଣ ସକାଶେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ପରିମଳ ଅଧିକାରୀ ଅଭିଜିତ ପୁରୋହିତ, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର , ମାନସ ରଞ୍ଜନ ଦାସ, ଅଶ୍ୱିନୀ କୁମାର ନାୟକ,ଇ କିଶନ ପାତ୍ର ଙ୍କ ସମେତ ପୌର କର୍ମଚାରୀ ,ସଫେଇ ଦିଦି ଓ ସହରବାସୀ ଙ୍କ ସାମୁହିକ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । (ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ )
No Result
View All Result