No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର )ଭୁବନେଶ୍ଵର :- ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଡିସେମ୍ବର ୮ ଭାରତ ବନ୍ଦ ସଫଳ ପାଇଁ ରାଜ୍ୟବାସୀଙ୍କୁ ଦିଆଯାଇଥିବା ଆହ୍ୱାନ ଅନୁଯାୟୀ ଆଜି ନବନିର୍ମାଣ କୃଷକ ସଂଗଠନ ତରଫରୁ ସମଗ୍ର ରାଜ୍ୟରେ ବନ୍ଦପାଳନ କରାଯାଇଛି ।
ଜଗତ୍ସିଂହପୁର, ଯାଜପୁର, କଟକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ବରଗଡ଼, ସୋନପୁର, ସମ୍ବଲପୁରଠାରୁ ଆରମ୍ଭ କରି ଗଞ୍ଜାମ ପର୍ଯ୍ୟନ୍ତ ସବୁଆଡେ ନବନିର୍ମାଣ ସଂଗଠନ ହଜାର ହଜାର କର୍ମୀ ବନ୍ଦ ପାଳନରେ ସାମିଲ୍ ହୋଇଛନ୍ତି । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ସହ ସଂଯୋଜକ ଉମାକାନ୍ତ ଭାରତଙ୍କ ନେତୃତ୍ୱରେ ହଂସପାଳଠାରେ ରାସ୍ତାରୋକ କରାଯାଇଥିବା ବେଳେ ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ କର୍ମୀମାନେ ଭୁବନେଶ୍ୱର ସାରା ବୁଲି ବୁଲି ବଜାର ଘାଟ ବନ୍ଦ କରିଥିଲେ । ହଂସପାଳଠାରେ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ହାତରୁ କୃଷି କ୍ଷେତ୍ର ଛଡ଼ାଇ ନେଇ କମ୍ପାନୀ ହାତରେ ଟେକି ଦେବା ପାଇଁ କୃଷି ବିଲ୍ ଆଣିଛନ୍ତି ।
ଏ ବିଲ୍୍କୁ ସର୍ବାନ୍ତକରଣରେ ବିରୋଧ କରାଯାଇ ଯେଉଁ ଭାରତ ବନ୍ଦ ଡାକରା ଦିଆଯାଇଛି ସେ ଡାକରାରେ ସରକାର ଯଦି ପଛକୁ ନଘୁଞ୍ôଚ ଅହଙ୍କାର କରନ୍ତି ତେବେ ଏ ଲଢ଼େଇର ନିଆଁ ଆହୁରି ଗାଁଗଣ୍ଡାକୁ ବ୍ୟାପୀବ । ତମାମ ଓଡ଼ିଶାରେ କୃଷକମାନେ ବନ୍ଦକୁ ବ୍ୟାପକ ସଫଳ କରିବା ଓ ପରିବହନ ସଂଗଠନ ବ୍ୟବସାୟ ସଂଗଠନ ଓ ସାଧାରଣ ଜନତା ସ୍ୱତଃସ୍ଫୁର୍ତ୍ତ ଭାବେ ଏହି ବନ୍ଦକୁ ସଫଳ କରିିଥିବାରୁ ରାଜ୍ୟବାସୀଙ୍କୁ ଶ୍ରୀ ନନ୍ଦ ବିଶେଷ ସାଧୁବାଦ ଜଣାଇଥିଲେ । ଆଜିର ହଂସପାଳ ବନ୍ଦରେ ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ରନାଥ ମହାରଣା, ସଂଗ୍ରାମ କିଶୋର, ବିଜୟ ମହାପାତ୍ର, ଅଭୟ ଭୋଳ, ଚିତ୍ତରନ ନନ୍ଦ, ଅକ୍ଷୟ ଦାସ ପ୍ରମୁଖ ସାମିଲ ଥିଲେ ।
No Result
View All Result