No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର ) ବରଗଡ଼ :- ନୂତନ କୃଷି ବିଲ୍ କୁ ବିରୋଧ କରି ରାଜରାସ୍ତାକୁ ଦେଶର ଚାଷୀ ଓହ୍ଲାଇ ଆଜି ଭାରତ ବନ୍ଦ୍ କରିଥିଲେ । ଏହାକୁ ସମର୍ଥନ କରିବା ସହ ବରଗଡ଼ ଜିଲ୍ଲା ର ବିଭିନ୍ନ ଚାଷୀ ସଙ୍ଗଠନ ଏବଂ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଏଥିରେ ସାମିଲ ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଦିଲ୍ଲୀକୁ ସ°ଯୋଗ କରୁଥିବା ରାଜରାସ୍ତାରେ ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ ଜଣାଇ ଦେଶର ପ୍ରାୟ ସମସ୍ତ ବିରୋଧି ରାଜନୈତିକ ଦଳ ଗୁଡିକ ତାଙ୍କ ସହ ସାମିଲ ହୋଇଥିବା ବେଳେ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଥିଲା ।
ଏହି କ୍ରମରେ ଦେଶର ସବୁ ସ୍ଥାନରେ ସ୍ବତ ସ୍ପର୍ତ୍ତ ଭାବେ ଦୋକାନ ବଜାର,ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ବରଗଡ଼, ପଦ୍ମପୁର, ଅତାବିରା, ପାଇକମାଳ, ଅଞ୍ଚଳରେ ରାସ୍ତା ଅବରୋଧ କରାଯାଇଥିଲା । ବରଗଡ଼ ଗାନ୍ଧୀ ଛକ ଠାରେ ଆନ୍ଦୋଳନ କାରୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି,ଜୟ କିଶାନ ଆନ୍ଦୋଳନ, ଆଞ୍ଚଳିକ କୃଷକ

ମହାସଂଘ,ମାଣ୍ଡୋସିଲ,ରିଜବୋରାସମ୍ବର କୃଷକ ସଂଗଠନ,ପାଇକମାଳ,ନବ ନିର୍ମାଣ କୃଷକ ସଂଗଠନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିରେ ସାମିଲ ହୋଇଥିଲେ । ସେହିଭଳି ବିଭିନ୍ନ ରାଜନୈତିକ ଦଳ ମଧ୍ୟ ରେ ଜିଲ୍ଲା କଂଗ୍ରେସ,ଆମ ଆଦମୀ ପାର୍ଟି ସାମିଲ ହୋଇଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result