No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୮ ଡିସେମ୍ବର ମଙ୍ଗଳବାର) ପଦ୍ମପୁର :- ସାରା ଭାରତ ବର୍ଷ ର ସମସ୍ତ କୃଷକ ସଂଗଠନ ର ଆହ୍ୱାନ କ୍ରମେ କେନ୍ଦ୍ର ସରକାର ଙ୍କ ନୂତନ ପ୍ରଣୀତ 3କୃଷି ବିଲି ଅଧ୍ୟଦେଶ କୁ ବିରୋଧ କରି ଆଜି ଡକାଯାଇଥିବା ଭାରତ ବନ୍ଦ ଡାକରା କୁ ରାଜ ବୋଡାସମ୍ବର କୃଷକ ସଂଗଠନ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଜଣାଇ ଆଜି ପଦ୍ମପୁର ବରଗଡ଼ ମୁଖ୍ୟ ରାସ୍ତା କୁ ନିକଟସ୍ଥ ମହୁଲ ପାଲି ଛକଠାରେ ରାସ୍ତା ରୋକିବା ସହ ପ୍ରାୟତଃ ସମସ୍ତ ବ୍ଲକ ଅଂଚଳରେ ବନ୍ଦ ପାଳନ କ6ରାଯାଇଛି l

ପାଇକମାଳ ବ୍ଲକ କୃଷକ ସଂଗଠନ ରାଜବୋଡଖସମ୍ବର କୃଷକ ସଂଗଠନ ର ଆହ୍ୱାନ କୁ ସ୍ୱାଗତ ଜଣାଇ ସହ ପାଇକମାଳ ମୂଖ୍ୟ ରାସ୍ତା ରେ ମଧ୍ୟ ଏହି 3ବିଲକୁ ବିରୋଧ କରି ରାସ୍ତା ରୋକ କାରାଯାଇ ବିରୋଧ ପ୍ରଦର୍ଶନ କାରାଯାଇଛି। ଘରୋଇ ମଣ୍ତି ବ୍ୟବସ୍ଥା,ଠିକାଚାଷ ଆଇନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧିତ ଆଇନ ହାଏ….ହାଏ ନାରା ରେ ଆଜି କମ୍ପୁଛି ମେଦିନୀ l
ସ୍ୱlମୀନାଥନ କମିଶନ ସୁପାରିଶ କାର୍ଯ୍ୟକାରୀକରିବା ସମେତ ସର୍ବ ନିମ୍ନ ସହାୟକ ମୂଲ୍ୟ କୁ ପାଳିତ କରି ଆଇନଗତ ଅଧିକାର ଦିଅ,କଟନୀ ଛଟନୀ ଖେଳ ବନ୍ଦ କରାଯାଉ,ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖି ଭାଗ ଚାଷୀ ଙ୍କୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଉ, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜଭୂତ ଓ ସମୁନ୍ନତ କରିବା ସାଙ୍ଗକୁ ମଣ୍ଡି ସଂଖ୍ୟା ବୃଦ୍ଧି କରାଯାଉ, ତୃଟି ପୂର୍ଣ୍ଣ ଟୋକନ୍ ବ୍ୟବସ୍ଥା ରେ ସୁଧାର ଆଣାଯାଉ l (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result