No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର ) କଟକ :- କଟକ ସହରର ବିଭିନ୍ନ ରାସ୍ତାଘାଟରେ ଚାଲିଛି ଗାଡି । କିଛି ଟା ବାଇକ୍ ଓ ଜରୁରୀକାଳୀନ ସେବାକୁ ଛାଡିଦେଲେ ବଡ଼ ବଡ଼ ଗାଡି ସବୁ ବନ୍ଦ । ଇଏ ହେଉଛି କୃଷକ ସଂଘର୍ଷ ସମିତି ପକ୍ଷରୁ ଭାରତ ବନ୍ଦ ଡାକରା ଯୋଗୁଁ କଟକର ଦୃଶ୍ୟ । ରାସ୍ତାରେ ଗାଡିମୋଟର ଚାଲିଥିବା ବେଳେ କିଛି ଦୋକାନ ଖୋଲା ରହିଥିଲା। ଆଉ କିଛି ବଜାର ବନ୍ଦ ରହିଥିଲା । ଏପରିକି ବାଦାମବାଡି ବସଷ୍ଟାଣ୍ଡ ବି ଜନଶୂନ୍ୟ ହୋଇପଡିଥିଲା । ପୁର୍ବରୁ ସରାକାର ଘୋଷଣା ମୁତାବକ ସବୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍,ପେଟ୍ରୋଲ ପମ୍ପ୍ ଆଦି ବନ୍ଦ ରହିଥିଲା । ଭାରତ ବନ୍ଦ ର ମିଶ୍ରିତ ପ୍ରଭାବ ପଡିଛି କଟକରେ। ସଙ୍ଗଠନକୁ ସମର୍ଥନ ଜଣାଇ ବିରୋଧୀ କଂଗ୍ରେସ ସମେତ ଆମ୍ ଆଦମୀ ପାର୍ଟି, ସିପିଆଇ, ସିପାଆଇଏମ,ସିଟୁ ,ସମେତ ବିଭିନ୍ନ ଟ୍ରେଡ୍ ୟୁନିୟନ୍,
ଛାତ୍ର ସଙ୍ଗଠନ ମଧ୍ୟ ଭାରତ ବନ୍ଦ ରେ ସାମିଲ୍ ହୋଇଥିଲେ। ତେବେ ଲିଙ୍କରୋଡ୍ ଠାରେ କମ୍ୟୁନିଷ୍ଟ ସଙ୍ଗଠନ ମାନେ ଏକତ୍ରିତ ହୋଇ ପିକେଟିଂ କରି ପ୍ରତିବାଦ ସଭା କରିଥିଲେ। କେନ୍ଦ୍ର ସରକାରଙ୍କ କୃଷି ମାରଣନୀତିକୁ ବିରୋଧ କରି ବିଭିନ୍ନ ନାରାବାଜି ଦେଇଥିଲେ। ଯେଉଁଭଳି ଭାବେ କେନ୍ଦ୍ର ସରକାର କୃଷି ବିଲ୍ ପାସ୍ କଲେ ତାହା ସମ୍ପୂର୍ଣ୍ଣ ଚାଷୀ ବିରୋଧୀ ବୋଲି ଆନ୍ଦୋଳନକାରୀମାନେ କହିଥିଲେ। ଖାଲି ଚାଷୀମାନଙ୍କ ସମସ୍ୟା ନୁହେଁ ବଂର ସାଧାରଣ ଜନତାଙ୍କ ସ୍ୱରକୁ ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏହି ବନ୍ଦର ପ୍ରଭାବ ଆସନ୍ତାକାଲି ହେବାକୁ ଥିବା ବୈଠକରେ ସରକାର ନିଶ୍ଚିତରୁପେ ଦାବିକୁ ମାନିବେ ବୋଲି କହିଛନ୍ତି କମ୍ୟୁନିଷ୍ଟ୍ ନେତା । ଅନ୍ୟପଟେ ଆଜିର ଏହି ବନ୍ଦକୁ ସମର୍ଥନ କରିଛି ବିରୋଧୀ କଂଗ୍ରେସ। ସାରା ଭାରତରେ ଦଳ ପକ୍ଷରୁ ବନ୍ଦ କୁ ସମର୍ଥନ ଜଣାଇଥିବା ବେଳେ କଟକ ନଗର କଂଗ୍ରେସ ପକ୍ଷରୁ ମଧ୍ୟ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି। ହାଇକୋର୍ଟ ଛକରୁ ବାଇକ୍ ରେ ଏକ ବିରାଟ ପଟୁଆରରେ ଆସି ବାଦାମବାଡି ଛକରେ ପ୍ରତିବାଦ କରାଯାଇଥିଲା ।
ସହରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଖୋଲିଥିବା ଦୋକାନ ବଜାରକୁ ବନ୍ଦ କରିଦେଇଥିଲେ । ଆଉ କୌଣସି ଗାଡିକୁ ଯା,ଆସ କରିବାକୁ ଦେଇ ନ ଥିଲେ। ବାଦାମବାଡି ଛକ ରେ ବିକ୍ଷୋଭ କରିବା ସହ ରାସ୍ତାରେ ଧାରଣାରେ ବସି ରହି ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ। ଏପରିକି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ ଏଟିଏମ୍ କାଚକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ପୋଲିସ୍ ବାଧ୍ୟ ହୋଇ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଘଟଣା ସ୍ଥଳରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ ପହଞ୍ଚିଥିଲେ। ଭାରତ ବନ୍ଦରେ ବିଭିନ୍ନ ମୋଟର ପରିବହନ ସଂସ୍ଥାର ସଂଘ ସାମିଲ୍ ହୋଇଥିବା କହିଥିଲେ ବିଧାୟକ। କେନ୍ଦ ସରାକାରଙ୍କ ଏଭଳି ନିଷ୍ପତ୍ତିକୁ କଡା ବିରୋଧ କରିବା ସହ ଚାଷୀଙ୍କ ପାଖରେ ସରକାର ମୁଣ୍ଡ ନୁଆଁଇଦେଇଛନ୍ତି ବୋଲି କହିଛନ୍ତି ବିଧାୟକ । ତେବେ ଆଜିର ଭାରତ ବନ୍ଦ ନିଶ୍ଚିତରୁପେ ସଫଳ ହୋଇଛି ବୋଲି ଦୃଢୋକ୍ତି ପ୍ରକାଶ କରିଛି କଂଗ୍ରେସ।ତେବେ ପୋଲିସ୍ ଯେଉଁଭଳି ଭାବରେ କଂଗ୍ରେସ କର୍ମିମାନଙ୍କୁ ଗିରଫ କରିଛି ଏଥିରୁ ସ୍ପଷ୍ଟ ବାରି ହେଉଛି କି କେନ୍ଦ୍ର ସରକାର ପୁରା ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ସେହିପରି ଆମ୍ ଆଦମୀ ପାର୍ଟି ତରଫରୁ ଜେଲ୍ ରୋଡ୍ ଠାରେ ଭାରତ ବନ୍ଦକୁ ସମର୍ଥନ ଜଣାଇ ପ୍ରତିବାଦ ସଭା କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡିଶାରେ ଭାରତ ବନ୍ଦକୁ ପୁର୍ଣ୍ଣ ସମର୍ଥନ ମିଳିଥିବାବେଳେ ଏହାର ଆଶିଂକ ପ୍ରଭାବ କଟକରେ ଦେଖିବାକୁ ମିଳିଛି (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରୀପୋର୍ଟ)
No Result
View All Result