No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )କଟକ :- କେନ୍ଦ୍ରାପଡା ଜିଲ୍ଲା ସୂଚନା ଅଧିକାରୀ କର୍ମୀ ତଥା ଦଳିତ ନେତା ରଞ୍ଜନ କୁମାର ଦାଶଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତ , ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳରୁ ବହିଷ୍କାରକରିବା ସହିତ ଗିରଫ ଦାରି ଦାବିରେ , ସୋମବାର ଦିନ ସନ୍ଧ୍ୟାରେ କଟକ ଫୁଲନଖରା ଛକରେ , କଟକ ଜିଲ୍ଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ କର୍ମୀଙ୍କ ପକ୍ଷରୁ , ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଅତନୁ ସବ୍ୟସାଚୀ ନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହା ସହିତ ଓସା ପକ୍ଷରୁ କଟକ ସଦର ଥାନାରେ ଅତନୁ ସବ୍ୟସାଚୀ ନାୟକ ଏବଂ କେନ୍ଦ୍ରାପଡା ଏସପି ନିତିଶ ଶେଖର ଙ୍କ ବିରୁଦ୍ଧରେ , ଏତଲା ଦିଆ ଯାଇଥିଲା ।
ଓଡ଼ିଶା ସୂଚନା ଅଧିକାର ଅଭିଯାନ ,ଓସାର କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ବରେ ସୂଚନା କର୍ମୀ ମାନେ, ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ସ୍ମାରକ ପତ୍ର ସଦର ଥାନାର ଅତିରିକ୍ତ ଆଇଆଇସି ଅନିତା ସାହୁଙ୍କୁ ପ୍ରଦାନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ସୂଚନା କର୍ମୀବସନ୍ତ ଜେନା , ମାଧବାନନ୍ଦ ଭୋଇ , ଞାନରଞ୍ଜନ ଭୂୟ୍ଁ। , କରିମ ସା , ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରମ୍ମୁଖ ଯୋଗଦେଇଥିଲେ । ( ରିପୋର୍ଟ-ଅମୂଲ୍ୟ କୁମାର ବାରିକ )
No Result
View All Result