No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )ଢେଙ୍କାନାଳ :- ଆଜି ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରବିବାର ଦିନ ଢେଙ୍କାନାଳ ସହର ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ନେତା ବିଶ୍ୱଜିତ ବରାଳ ସମସ୍ତ କର୍ମୀ ମାନଙ୍କୁ ସ୍ୱାଗତ କରିଥିବାବେଳେ ଜିଲ୍ଲା ଯୁବ ସଭାପତି ପର୍ଶୁରାମ ମହାଭୋଇ ନୂତନ ସଭ୍ୟ ମାନଙ୍କ ପରିଚୟ କରିବା ସହିତ ସଭା ପରିଚାଳନା କରିଥିଲେ l ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ଦଳର ବିବରଣୀ ପାଠ କରିବା ସହିତ ସଂଗଠନ କୁ ସୁଦୃଢ କରିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା କୋଷଧ୍ୟକ୍ଷ ଭାବେ ଚକ୍ରଧର ତରାଇ ଙ୍କୁ ମନୋନୀତ କରାଯାଇଥିଲା l ଜିଲ୍ଲା ଲିଗାଲ ସେଲ ସଭାପତି ଭାବେ ଆଇନଜୀବୀ ରଞ୍ଜନ ମିଶ୍ର ଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ଆଇନଜୀବୀ ଶାନ୍ତନୁ ରାଉତଙ୍କୁ ଲିଗାଲ ସେଲ ରେ ସମ୍ପାଦକ ଦାୟୀତ୍ୱ ପ୍ରଦାନ କରାଯାଇଛି l କୃଷକ ମୋର୍ଚ୍ଚା ଦାୟୀତ୍ୱ ଚନ୍ଦ୍ରଶେଖର ସାହୁ ନେଇଥିବା ବେଳେ ସଦର ବ୍ଲକ ଛଦେଶ ଅଞ୍ଚଳ ଦାୟୀତ୍ୱ ବେଣୁଧର ନାଏକ ନେଇଛନ୍ତି l ଜିଲ୍ଲା ସଂଖ୍ୟାଲଘୁ ସଭାପତି ଭାବେ ସାହିର ଅଲ୍ଲୀ ମନୋନୀତ ହୋଇଥିବା ବେଳେ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଭାବେ ରୀନା ମିଶ୍ର ଏବଂ ସଂଖ୍ୟା ଲଘୁ ମହିଳା ମୋର୍ଚ୍ଚା ଦାୟୀତ୍ୱ ସାଜେଦ ପରବୀନ ନେଇଛନ୍ତି l
କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ଚଳିତ ମାସ ୧0 ତାରିଖରେ ଭୁବନ ବ୍ଲକର କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରିବାପାଇଁ ଉତ୍ସlହର ସହିତ ଘୋଷଣା କରିଥିଲେ l ସେହିପରି କାମାକ୍ଷାନଗର ବ୍ଲକ ସଂଯୋଜକ ସୁବୋଧ ବେହେରା, ପରଜଙ୍ଗ ବ୍ଲକ ସଂଯୋଜକ ବିଭୁରଞ୍ଜନ ସାହୁ ଏବଂ ଓଡାପଡା ବ୍ଲକ ସଂଯୋଜକ ରମେଶ ପଣ୍ଡା ନିଜ ନିଜ ବ୍ଲକର କର୍ମୀ ମାନଙ୍କୁ ନେଇ ପର୍ଯ୍ୟାୟ କ୍ରମେ କର୍ମୀ ସମ୍ମିଳନୀ କରିବାପାଇଁ ସହମତି ପ୍ରକାଶ କରିଥିଲେ l ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇ ଏବଂ ଢେଙ୍କାନାଳ ମୁନିସିପାଲିଟି ଦଳୀୟ ସଂଯୋଜକ ରଘୁନାଥ ପ୍ରସାଦ ମିଶ୍ର ନିଜ ନିଜ ଅଂଚଳ ର ଦଳକୁ ମଜବୁତ କରିବାପାଇଁ ପ୍ରତିଶୃତି ଦେଇଛନ୍ତି l ଉକ୍ତ ବୈଠକରେ ଢେଙ୍କାନାଳ ପୌରାଞ୍ଚଳର ଅନେକ ଆଗ୍ରହୀ ବ୍ୟକ୍ତି ଦଳରେ ଯୋଗଦେଇ ସଂଗଠନକୁ ମଜବୁତ କରିବାପାଇଁ ସହମତି ଦେଇଥିବାବେଳ ୱାର୍ଡ ନଂ ୧ ର ଦାୟୀତ୍ୱ ନିରୋଦ ବରାଳ, ୱାର୍ଡ ନଂ ୨ ର ଦାୟୀତ୍ୱ ସାଜେଦl
ପରବୀନ, ୱାର୍ଡ ନଂ ୩ ଓ ୪ ର ଦାୟୀତ୍ୱ ଦୀନବନ୍ଧୁ ସେନାପତି, ୱାର୍ଡ ନଂ ୧୩ ର ଦୟାନିଧି ବେହେରା, ୱାର୍ଡ ନଂ ୧୪ ର କାମାକ୍ଷା ବେହେରା ଓ ସୁନୀଲ ସାହୁ, ୱାର୍ଡ ନଂ ୧୫ ର ରାଜୀବ କର, ୱାର୍ଡ ନଂ ୧୭ ର ଲାଇଲୁନ ବେଗମ, ୱାର୍ଡ ନଂ ୧୯, ଶିମିଳିଆ ର ଦାୟୀତ୍ୱ ପ୍ରଭାତ ବେହେରା ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ଦୁର୍ୟୋଧନ ନାଏକ, ଝୁନୁବାଳା ନାଏକ, ଗୋବିନ୍ଦ ନାଏକ, ସନାତନ ନାଏକ, ଲାଲା ବିଶ୍ୱନାଥ ସିଂହ, ଅଜୟ ଶଙ୍କର ମିଶ୍ର, ମାନସୀ ନାଏକ, ବିନୋଦ ମଲିକ, କୁଞ୍ଜବିହାରୀ ଲେଙ୍କା, ମଳୟ ନାୟକ ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲା ଆବାହକ ଶ୍ରୀ ନାୟକ ଉପସ୍ଥିତ କର୍ମୀ ମାନଙ୍କୁ ଦଳର ବିଚାର ଧାରାରେ ଉଦବୁଧ ହୋଇ ସମାଜର ସବୁ ବର୍ଗର ଲୋକ ମାନଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ ଏବଂ ଆସନ୍ତା ୧୩ ତାରିଖ ରବିବାର ଦିନ ଜିଲ୍ଲାରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ଆହ୍ୱାନ କରିଥିଲେ l ଶେଷରେ ଦଳ ର ବରିଷ୍ଠ ସଦସ୍ୟ ବିନୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result