No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର ) ପଦ୍ମପୁର :- କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଶ ରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗାଇ ଦେବା କୁ ଘୋଷଣା କରି ଥିବା ବେଳେ ପ୍ରଶାସନ ର ଦୁର୍ବଳତା ହେତୁ ଅନେକ ହତାଧିକାରୀ ଠିକ୍ ସମୟରେ ଘର ପାଇ ପାରୁ ନାହାନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ବିଧବା ମହିଳା ସୁବାସିନୀ ଜାଲ ଙ୍କୁ କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଗୃହ । ସେ ବହୁ ବର୍ଷ ରୁ ସ୍ୱାମୀଙ୍କୁ ହରାଇ ଭଙ୍ଗା ଦଦରା ଛପର ଘରେ ରହି ଦିନ କାଟୁଛନ୍ତି ।
ତାଙ୍କର ଘର ଟି ପଞ୍ଚାୟତ ଅଫିସ ସାମ୍ନା ରେ ଅଛି , କିନ୍ତୁ ପଞ୍ଚାୟତ ପ୍ରଶାସନ ର ଦୃଷ୍ଟି ପଡୁ ନାହିଁ ବିଧବା ମହିଳା ସୁବାସିନୀ ଜାଲ ଙ୍କ ବର୍ତ୍ତମାନ ଅବସ୍ଥା ଉପରେ । ୨୦୧୧ ଅର୍ଥନୈତିକ ଜନଗଣନା ଅନୁସାରେ ଏ. ସି. ସି. ତାଲିକା ଲିଷ୍ଟ ରେ ତାଙ୍କର ନାମ ଅଛି । ପଞ୍ଚାୟତ ପ୍ରଶାସନ କୁ ବାରମ୍ବାର ଗୁହାରି କରିବା ସତ୍ୱେ ପଞ୍ଚାୟତ ପ୍ରଶାସନ ଶୁଣିକି ନ ଶୁଣିଲା ପରି ହେଉଛନ୍ତି । ବିଧବା ମହିଳା ସୁବାସିନୀ ଜାଲ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି । ପଦ୍ମପୁର ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result