ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପଦ୍ମପୁର :- ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଗୁଠୁର୍ଲା ଗ୍ରାମର ପରମାନନ୍ଦ ଅମରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଏ ଯାଏଁ ମିଳି ପାରି ନାହିଁ । ସେ ଯେଉଁ ପ୍ରକାରରେ ପଲିଥିନ ଛପର ଘରେ ଅତିବାହିତ କରି ଜୀବନ ଯାପନ କରୁଛନ୍ତି ,କୌଣସି ଛେଳି ମେଣ୍ତା କି ପୋଢି ମହିଁଷି ରହୁ ନ ଥିବେ ଏ ଭଲି ଅବସ୍ଥାରେ ଦିନ କାଟୁଛନ୍ତି ପରମାନନ୍ଦ ଅମରୀ ଙ୍କ ପରିବାର । ସେ କେଉଁ କାରଣରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ତାହା ଏବେ ପ୍ରଶ୍ନ ଠିଆ ହୋଇଛି ପଦ୍ମପୁର ବିଡିଓ ଶଙ୍କରର୍ଷଣ ବେହେରାଙ୍କ ପାଇଁ । ବିଡିଓ ମହାଶୟ ପଦ୍ମପୁରରେ ଦୁଇଥର ବିଡିଓ ହୋଇ ସାରିଛନ୍ତି,କିନ୍ତୁ ଲୋକଙ୍କର ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ପାଇଁ ଏ ଯାଏଁ ବ୍ଲକବାସୀଙ୍କ ଦୁଃଖ ଦୂର ହୋଇ ପାରିନାହିଁ ।
ବିଡିଓ ମହୋଦୟ ଥରେ ପଦ୍ମପୁର ବ୍ଲକ କୁ ଖାଇ ଭିଜିଲାନ୍ସ ଜାଲରେ ପଡି ଅନ୍ଯତ୍ର ବଦଳି ହେଲେ ଓ ସେଠାରେ ମଧ୍ୟ ଭିଜିଲାନ୍ସ ଜାଳରେ ପଡି ମଧ୍ୟ ସବୁତକ ହଜମ କରି କିଛି ନେତା ଙ୍କୁ ତେଲ ଲଗାଇ ପୁଣି ପ୍ରତ୍ଯାବର୍ତ୍ତନ କଲେ ପଦ୍ମପୁର । ଜାଣି ରଖନ୍ତୁ ବୁଡାମାଲ ଗ୍ରାମ ପଞ୍ଚାୟତ ବାସିନ୍ଦା ଯଦି ନ୍ଯାୟ ନ ପାଆନ୍ତି ଆପଣ ଙ୍କ ଠାରୁ ପୁଣି ଥରେ ଭିଜିଲାନ୍ସ ରେ ପଡି ଜେଲ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।(ରିପୋର୍ଟ – ନିରୋଜ କୁମାର ପାଣୀ)