No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର ) ରାୟଗଡ ଗଜପତି :- ରାୟଗଡ ବ୍ଲକ ଅନ୍ତରର୍ଗତ ଜୀରାଙ୍ଗ ଗ୍ରାମର ପିତାମ୍ବର ଗୁରୁଙ୍କ ଝିଅ ସୁନିତା ଗୁରୁ ଙ୍କୁ 27/11/2020 ତାରିଖ ଶୁକ୍ରବାର ଦିନ ବାଙ୍ଗୁସାହି ଗ୍ରାମର ଅର୍ଜୁନ ଶବରଙ୍କ ପୁଅ ଦଶରଥ ଶବର l ନାବାଳିକା ଝିଅ କୁ ନେଇ କେଉଁଆଡ଼େ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଅଛି l ବିଶେଷ ସୂତ୍ର ରୁ ଖବର ଦୁହେଁ ମିସି ଜୀରାଙ୍ଗ ଗ୍ରାମର ହାଇସ୍କୁଲ ଠାରେ ଏକାଶ୍ରଣିରେ ପାଠପଢୁଥିଲେ ଏବଂ ଦୁହେଁ ଦୁହିଁଙ୍କୁ ଭଲପାଉଥିଲେ l 27 ତାରିଖ ଶୁକ୍ରବାରଦିନ ଦୁହେଁ କେଉଁଆଡ଼େ ଚାଲିଯାଇଥିବା ଯୋଗୁ ସୁନିତା ଗୁରୁଙ୍କ ପିତା ଜୀରାଙ୍ଗ ଆଉଟପୋଷ୍ଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
ଝିଅ ଓ ପୁଅ ଅନ୍ୟ ଜାତିର ହୋଇଥିବା ଯୋଗୁଁ ବା ଝିଅ ନାବାଳିକା ଥୁବାହେତୁ ଅଭିଯୋଗ କରିଛନ୍ତି l ଉକ୍ତ ବିଷୟରେ ରାୟଗଡ ଥାନା oic କୃଷ୍ଣ ଚନ୍ଦ୍ର ମାଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି l ଅଭିଯୁକ୍ତକୁ ପୁଲିସ ଖୋଜୁଛି ଅତି ଶୀଘ୍ର ଧାରା ଜୀଵ ଏବଂ ତାଙ୍କ ନାମରେ ରାୟଗଡ ଥାନାରେ ଏକ ମାମଲା ରୁଜୁ କରାଯାଇଛି କେଶ ନମ୍ବର 88/2020ରେ ରୁଜୁ କରାଯାଇଛି ବୋଲି ସେ ଜଣାଇଛନ୍ତି l (ଗଜପତି/ରାୟଗଡ ସଂଜୀବ କୁମାର ପାଣି)
No Result
View All Result