No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ଧର୍ମଗଡ଼ :- ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ – ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ । ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ଜୟନ୍ତି ମହାନ୍ତି । ସୁନାମାଲ ଗ୍ରାମର ଅଙ୍ଗନୱାଡ କର୍ମୀ ଆରତୀ ଧଙ୍ଗଡାମାଝୀଙ୍କ ୩ ମାସର ଦରମା କରାଇଦେବା ପାଇ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ଧରିଛନ୍ତି ।
ଏହା ସହ ସେ ରହୁଥିବା ସରକାରୀ କ୍ବାଟର ରୁ ୬୯ ହଜାର ମଧ୍ୟ ଜବତ କରିଛି ଭିଜିଲାନ୍ସ । କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛନ୍ତି ।
ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗର ଅଜୟ କୁମାର ସିଂହ, ଗୁଣନିଧି ସାହୁ, ସନ୍ତୋଷ ମହାନ୍ତି ରାଜେଶ ନାଏକ ସରକାରୀ ସାକ୍ଷୀ ଶେଫାଳି ନାଏକ ଓ କେଦାର ନାଥ ନାଏକ ଉପସ୍ଥିତ ରହିଥିଲେ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଭିଜିଲାନ୍ସ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନେଇଥିବା ଜଣାପଡିଛି ।(ରିପୋର୍ଟ ପ୍ରଦୀପ କୁମାର ଗଉଡ )
No Result
View All Result