ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 18.01.2020 : – ଜଗନ୍ନାଥ ଠାକୁରଙ୍କର ଅମୃତମଣୋହି ସମ୍ପତ୍ତି l ଏହି ସମ୍ପତ୍ତିକୁ କେଉଁ କାଳରୁ ଭୋଗ କରିଆସୁଛନ୍ତି ଗୋଟିଏ ଗ୍ରାମର ପୃଥକ ପୃଥକ ଲୋକେ l ଏହି ସମ୍ପତି ରେ ଘର ଦ୍ୱାର ଚାଷ ବାସ କରି ଚଳୁ ଛନ୍ତି, ଚାଷ ଓ ପୋଖରୀ ସବୁକିଛି ରହିଛି ଏମାନଙ୍କର l ସେହି ଜମିରେ ରହିଛିନ୍ତି ଗ୍ରାମଦେବତାl ତେବେଠାକୁର ସମ୍ପତ୍ତିକୁ ନେଇ ଏବେ ଦେଖାଦେଇଛି ବିବାଦ. ଆଉ ଏହି ବିବାଦ ପହଂଚିଲାଣି ଥାନା ଠାରୁ କୋର୍ଟ ଯାଏ. ତଥାପି ସମାଧାନର ନା ଧରୁନି, ଏ ଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ଉତ୍ତରସାହି ଗ୍ରାମରେ, ଏହି ଗ୍ରାମର ଜଣେ ସଫଳ ଚାଷୀ ସ୍ବର୍ଗତ ଗୋପୀ ପ୍ରଧାନ ଓ ଅନ୍ୟମାନେ ପୁରୀ ଜଗନ୍ନାଥ ମଣୋହି ଜମିକୁ ଦୀର୍ଘ ବର୍ଷ ବର୍ଷ ଧରି ଭୋଗ ଦଖଲ କରି ଆସୁଛନ୍ତି l
ଏହି ଜମି ମଧ୍ୟରେ ଥିବା ଏକ ପନ୍ଦର ଡିସିମିଲି ଜାଗାକୁ ନେଇ ଏବେ ବିବାଦ ଉପୁଜିଛି ଗ୍ରାମବାସୀଙ୍କ ସହିତ, ଏହି ବିବାଦୀୟ ଜମିରୁ ୩ ଡ଼ିସିମିଲ ଜମି ଏବେବି ଗ୍ରାମଦେବତାଙ୍କ ବିଜେସ୍ଥଳୀ ପରିସରରେ ରହିଛି ବୋଲି ଚକବନ୍ଦୀ ପଟ୍ଟାରେ ଉଲେଖ ରହିଛି, କିନ୍ତୁ ! ଗ୍ରାମବାସୀ ଦାବିକରୁଛନ୍ତି ପୂର୍ବରୁ ସମ୍ପୂର୍ଣ 15 ଡିସିମିଲି ଜମି ଦେବସ୍ଥଳୀ ଥିଲା l
ଏହଇ ଘଟଣାକୁ ନେଇ ଗାଁର ଗୋପୀ ପ୍ରଧାନଙ୍କ ପରିବାର ସହ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟିବାରୁ ଉଭୟ ପକ୍ଷଙ୍କ ଦ୍ୱାରା ଥାନାରେ ଅଭିଯୋଗ ହେଇଚି, ଏପରିକି ମାମଲା ଯାଇ ଅଦାଲତରେ ପହଂଚି ବିଚାରାଧୀନ ଥିବାରୁ ପୋଲିସ ଉଭୟ ପକ୍ଷଙ୍କୁ ବିବାଦୀୟ ସ୍ତଲରୁ ଦୁରେଇ ରହିବାକୁ ପରାମର୍ଶ ବି ଦେଇଛି, ଅଦାଲତର ଆଦେଶ ନଆସିବା ପର୍ଯ୍ୟନ୍ତ କେହି ଉକ୍ତ ବିବାଦୀୟ ସ୍ଥାନରେ ମାଲିକାନା ସାବ୍ୟସ୍ତ କରିପାରିବେନାହିଁ, କିନ୍ତୁ ପୋଲିସ ନିର୍ଦେଶକୁ ମାନିବା ପାଇଁ ଗାଁ ଲୋକ ନାରାଜ, ଆଜି ସକାଳୁ ସେହି ବିବାଦୀୟ ଜମି ଉପରେ ଗ୍ରାମର କିଛି ଲୋକ ଜୋର ଜବରଦସ୍ତ ବାଡ ବସାଇ ଅବରୋଧ କରିଥିବାରୁ ପୁନର୍ବାର ବିବାଦ upujiba ସହ ଗୋପୀ ପ୍ରଧାନଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେଇଥିବ ଜଣାଯାଇଛି, ଜଣେ ଲୋକ ଏହି ଜଗନାଥ ମଣୋହି ଜମି କୁ ବ୍ୟବହାର କରିବା ପାଇଁ ଜଗନ୍ନାଥ ଟ୍ରଷ୍ଟ ରେ ଖଜଣା କାଟି ପଉତି ପାଇବା ସହ ଭୋଗ ଦଖଲପାଇଁ ଅନୁମତି ପାଇ ସରିବା ପରେ ଗାଁ ଲୋକଙ୍କର ଆକ୍ରୋଶର ଶୀକାର ହେଉଥିବା ସେ ଗଣମାଧ୍ୟମକୁ କହିଛନ୍ତି, ପୋଲିସ ପ୍ରଶାସନ ଯଦି ଏହି ଘଟଣାକୁ ଏବେଠୁ ଗୁରୁତ୍ୱ ନଦିଏ ତେବେ ଆସନ୍ତା ଦିନରେ ଏହା ଉଗ୍ର ରୂପ ନେବା ସହ ଜୀବନ ହାନି ହେବାର ଆଶଙ୍କା ଦେଖାଦେଇଛି.ତୁରନ୍ତ ଏହି ବିବାଦର ସମାଧାନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପୋଲିସ ବିଭାଗ ପାଖରେ ଦାବୀ କରିଚନ୍ତି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ