No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର ) ଜଗତସିଂହପୁର :- ୮ମାସ କାଳ କରୋନା ସହ ଯୁଦ୍ଧ ଯୁଦ୍ଧ କରି ଯୁଦ୍ଧରେ ହାରିଗଲେ ବେଗୁନିଆ ଥାନା ଏଏସଆଇ । ଦର୍ଶକ ବନ୍ଧୁ ସମାଜରେ ଯିଏ ଆମ୍ଭକୁ ସୁରକ୍ଷ୍ୟା ଦେଉଛନ୍ତି ସେ ହେଉଛନ୍ତି ପୋଲିସ କର୍ମଚାରୀ । ସାରା ବିଶ୍ୱରେ କରୋନା ଯୁଦ୍ଧରେ ଅନ୍ୟମାନଙ୍କ ଅପେକ୍ଷ୍ୟା ପୋଲିସ କର୍ମଚାରୀ ଙ୍କ ଭୁମିକା ଅତି ଗୁରୁତ୍ୱପୂର୍ଣ୍ଣ । ଯାହାକି ନିଜ ଜୀବନକୁ ବାଯିଲଗାଇ ଦୀର୍ଘ ୮ମାସ କାଳ ନିଜ ପରିବାର ପିଲା ଛୁଆଙ୍କୁ ଭୁଲି କର୍ମକୁ ପ୍ରାଧାନ୍ୟ ଦେଇ କିଛି ପୁଲିସ ଏହି ଯୁଦ୍ଧରେ ହାରିଯାଇଛନ୍ତି । ସେହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଅଧିନସ୍ଥ ବରାଗୋଳ ପଞ୍ଚାୟତ ବିଶ୍ୱନାଥପୁର ଗ୍ରାମମରେ । ଘଟଣାରୁ ପ୍ରକାଶ ଏହିଗ୍ରାମର ସ୍ବର୍ଗତ ଗୋପାଳ ମଲ୍ଲିକଙ୍କ ପୁତ୍ର ସନାତନ ମଲ୍ଲିକ ବୟସ ୫୩ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ଏଏସଆଇ ସନାତନ ୫ଦିନ ପୂର୍ବେ ହଠାତ ଅସୁସ୍ଥ ହୋଇପଡିବାରୁ ପରିବାର ଓ ସାହିପଡ଼ିଶା ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ସଦର ମହକୁମା ଡାକ୍ତରଖାନାକୁ ନେଇଯାଇଥିଲେ । ଡାକ୍ତର ପ୍ରଥମେ ସେଠାରେ ପରିକ୍ଷ୍ୟା କରି ଜାଣିଥିଲେ କରୋନା ପଜିଟିଭି ଜଗତସିଂହପୁର ଡାକ୍ତର ସଙ୍ଗେ ସଙ୍ଗେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲର କୋଭିଡି କେଆରକୁ ସ୍ଥାନାନ୍ତର କରିଥିଲେ । ସରଠାରେ ଚିକିତ୍ସାଧିନ ଅବସ୍ଥାରେ ସନାତନଙ୍କ ୩୦ତାରିଖ ସୋମବାର ଦିନ ୧୧ଟାରେ ମୃତୁ ଖବର ସମ ହସ୍ପିଟାଲର କର୍ତ୍ତୃପକ୍ଷ କୋଭିଡି ନିୟମ ଅନୁଯାୟୀ ଜଣାଇଥିଲେ । ଖବର ପାଇ ରାଜ୍ୟ ଯୋଜନାବୋଡ଼ ଅଧକ୍ଷ୍ୟ ସଞ୍ଜୟ କୁମାର ଦାସବର୍ମା ସ୍ଥାନୀୟ ସରସପଞ୍ଚ ସୁଭ୍ରାନ୍ତ କୁମାର ସ୍ୱାଇଁ ଓ ରାଜୀବ ଲୋଚନ ସ୍ଵାଇଁ ସମ ହସ୍ପିଟାଲରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ ।
ଡିସେମ୍ବର ୧ ତାରିଖ ମଙ୍ଗଳବାର କରୋନା ଜୋଧା ସ୍ବର୍ଗତ ସନାତନ ପରିବାର ଲୋକେ କୋଭିଡି କଟକଣା ପାଳନକରି ନିଜ ଗ୍ରାମ ସ୍ମଶାନରେ ଶବ ସତ୍କାର ପାଇଁ ଜିଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅନୁମତି ମାଗିଥିଲେ । ସନାତନ ପରିବାର ଅନୁରୋଧ ରକ୍ଷ୍ୟା କରି ଜିଲ୍ଲାପାଳ ମିଶ୍ର କୋଭିଡି ନିୟମ ଅନୁଯାୟୀ ଶବ ସତ୍କାର ପାଈଁ ଅନୁମତି ଦେବା ସହିତ ସରକାରଙ୍କ ନିୟମ ଅନୁଯାୟୀ ଗାଡଅପଅନର ସମ୍ମାନ ପାଇଁ ଜିଲ୍ଲା ଏସ୍ପି ଆର ପ୍ରକାଶ ,ରଘୁନାଥପୁର ବ୍ଲକ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,ଓ ରଘୁନାଥପୁର ଗୋଷ୍ଟିକେନ୍ଦ୍ର ଅଧିକାରୀ ସୁକାନ୍ତ ଦଳାଇଙ୍କୁ ନିର୍ଦେଶନାମା ପଠାଇବା ସହ ଜିଲାପାଳ ଖୋର୍ଦ୍ଧାଙ୍କୁ ଚିଠି ଲେଖିଥିଲେ । ପରେ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସମ୍ପଦଶକ ସାରିତି ମହାପାତ୍ର, ସଦସ୍ୟ ସ୍ପନ୍ଦନ ଖଟୁଆ, ଆଶିଷ ସାହୂ ଓ ପ୍ରସାନ୍ତ ମଲ୍ଲିକ ସରକାରଙ୍କ କୋଭିଡି ନିୟମ ଅନୁଯାୟୀ ମହାପ୍ରାୟାଣ ରଥରେ କୋଭିଡି ଯୋଧା ମରଶରୀରକୁ ନିଜ ଗ୍ରାମ ସ୍ମଶାନ ବିଶ୍ୱନାଥପୁରକୁ ଆଣିଥିଲେ । ତାଙ୍କ ସହିତ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୂ, ଏସାଇ ରବୀନ୍ଦ୍ର କୁମାର ପଣ୍ଡା,ଗାୟତ୍ରି ଗୋଛାୟତ ଓ ଏଏସଆଇ ଶରତ କୁମାର ବେହେରା ଆସିଥିଲେ ।

ଶେଷସଦର୍ଶନ ପାଇଁ ତିତ୍ତୋଲ ନବନିର୍ବାଚିତ ବିଧାୟକ ଇ, ବିଜୟ ସଙ୍କର ଦାସ, ଜଗତସିଂହପୁର ବିଧାୟକ ପ୍ରସାନ୍ତ ମୁଦୁଲି, ଅଧକ୍ଷ୍ୟା ସ୍ୱପ୍ନାସରିତା ବଳ, ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ବିଜେଡି ଜିଲ୍ଲା ଉପସଭାପତି ସରୋଜକାନ୍ତ ସ୍ଵାଇଁ, ସ୍ଥାନୀୟ ସମିତିସଭ୍ୟା ଜୟନ୍ତୀ ଦାସ, ସରପଞ୍ଚ ଅଭିମନ୍ୟୁ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୌତମ ପାଲିତି, ପୂର୍ବତନ ସମୀସଭ୍ୟ ପ୍ରକାଶ ବାରିକ, ଚିନ୍ମୟା ସ୍ଵାଇଁ,ବିରନାରାୟନ ମିଶ୍ର, ପ୍ରମୋଦ ଜେନା ସମେତ ବ୍ଲକ ଅଞ୍ଚଳର ବହୁ ସରପଞ୍ଚ ସଭ୍ୟ ସାମାଜିକ ଦୂରତା ରକ୍ଷ୍ୟକରିବ ସେସଦର୍ଶନ କରିଥିଲେ । ଜିଲ୍ଲାପାଳ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ରଘୁନାଥପୁର ବିଡ଼ିଓ ନାୟକ , ଜଗତସିଂହପୁର ଥାନା ଅଧିକାରୀ ରଜନୀ କାନ୍ତ ମିଶ୍ର ଏଏସଆଇ ସୁଶାନ୍ତ ପଣ୍ଡା ଓ ପୁଲିସ ବାହିନୀ ଉପସ୍ଥିତ ଥିଲେ । ପହଂଚିବା ରାତ୍ରି ହୋଇଯିବାରୁ ପୁଲିସ ପକ୍ଷ୍ୟରୁ ତୋପସଲାମୀ ଦିଆନଯାଇ ପୁଲିସ ସମ୍ମାନ ଦିଆଯାଇଥିଲା । କୋଭିଡି କଟକଣା ମାନି ସମାଜ ବିକାଶ ମିଶନ ସଦସ୍ୟଙ୍କ ଦ୍ୱାରା ଶବ ସତ୍କାର କରାଯାଇଥିବାବେଳେ ପୁତ୍ର ସ୍ମୃତିରଞ୍ଜନ ମଲ୍ଲିକ ମୁଖାଗ୍ନି ଦେଇଥିଲେ । କରୋନା ଜୋଧା ସନାତନ ବିୟୋଗରେ ରଘୁନାଥପୁର ବ୍ଲକ ଓ ବେଗୁନିଆ ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । (ରିପୋର୍ଟ – ଭାସ୍କର ପଟ୍ଟନାୟକ)
No Result
View All Result