No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଡିସେମ୍ବର ମଙ୍ଗଳବାର) ଢେଙ୍କାନାଳ :- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ପୌରାଞ୍ଚଳ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳର ନିର୍ବାହୀ ଅଧିକାରୀ ଓ ସିଡିପିଓ ମାନଙ୍କ ସହିତ ଜିଲ୍ଲାର କରୋନା ପରିସ୍ଥିତି ସମ୍ପର୍କରେ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରି ସମୀକ୍ଷା କରିଛନ୍ତି ।
ଶୀତର ଆଗମନକୁ ଦୃଷ୍ଟିରେ ରଖି ବିବାହ ବ୍ରତ ଆଦି ଉତ୍ସବରେ ଶହେରୁ ଅଧିକ ବ୍ୟକ୍ତିଙ୍କ ଜନ ସମାଗମ, ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ବଣଭୋଜି ଏବଂ ଜନ ସମାଗମକୁ ରୋକ୍ ଲଗାଇଛନ୍ତି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ,ଆମିଷ ବଜାର,ହାଟ ଓ ପରିବା ବଜାରରେ ସାମାଜିକ ଦୂରତା ଏବଂ ମାସ୍କ୍ ବ୍ୟବହାର କଡାକଡି ଯାଞ୍ଚ କରାଯାଇ କରୋନା କଟକଣା ଖିଲାପୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଞ୍ଚଳର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶେଷରେ ବିଭିନ୍ନ ବିଭାଗକୁ ଆସୁଥିବା ଇ-ଅଭିଯୋଗ ଗୁଡ଼ିକର ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ କହିଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନରୋତ୍ତମ ବେହେରା,ସଦର ଉପ-ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତ, ଡେପୁଟି କଲେକ୍ଟର ଶ୍ରୀ ସୀତାଂଶୁ ଶେଖର ଦାସ,ଆପାତ୍ତକାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର, ଡାକ୍ତର ଏସ୍ଏନ୍ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ )
No Result
View All Result