No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର )କଟକ :- ବାର ମାସ ମଧ୍ୟରେ ଧାର୍ମିକ ମାସ ଭାବେ ବିବେଚନା ହୁଏ କାର୍ତ୍ତିକ ମାସ । ଏହି ମାସରେ ଆମିଷ ଭୋଜନ ନିଷେଧ ସାଙ୍ଗକୁ ଦାନ ଧର୍ମ କରାଯାଏ । ଯେଉଁ ବ୍ୟକ୍ତି ଏହି ମାସରେ ଦରିଦ୍ର, ଅସହାୟ, ଲୋକଙ୍କୁ ଅର୍ଣ୍ଣ, ବସ୍ତ୍ର, ଅର୍ଥ, ଦେଇ ଥାନ୍ତି ତାଙ୍କର ଏବଂ ତାଙ୍କ ପରିବାରର ମଙ୍ଗଳ ହୋଇଥାଏ ବୋଲି କୁହାଯାଏ । ଏହି ଉକ୍ତିକୁ ପାଳନ କରିଛନ୍ତି , କଟକ ସଦର ଥାନା ଅନ୍ତର୍ଗତ ଅଡାଳିଆ ଗ୍ରାମର ଯୁବକ ପ୍ରଭାତ ସାହୁ । ପ୍ରଭତ ଏବଂ ତାଙ୍କ ପରିବାର ଲୋକେ କାର୍ତ୍ତିକ ମାସ ଆରମ୍ଭ ରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ରଖିଥିଲେ । ପ୍ରତି ଦିନ ଶିବ ମନ୍ଦିର କୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ କରି ଫେରିବା ପରେ ଭୋଜନ କରିଥାନ୍ତି । କାର୍ତ୍ତିକ ମାସ ସୋମବାର ଦିନ ଦାରିଦ୍ର୍ୟ ଲୋକଙ୍କୂ ଅର୍ଣ୍ଣ ଭୋଜନ ଦେଇ ସାରିବା ପରେ ନିଜେ ଏବଂ ତାଙ୍କ ପରିବାର ଭୋଜନ କରନ୍ତି । ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା ।
ପ୍ରଭାତ ଶିବ ମନ୍ଦିରକୁ ଯାଇ ଦର୍ଶନ କରିଫେରିଥିଲେ । ନିଜ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଥିଲେ । ତାଙ୍କ ଘରକୁ ପନ୍ଦର ଜଣ ଦରିଦ୍ର କୋଷ୍ଠ ରୋଗୀଙ୍କୁ ଭୋଜନ କରିବା ପାଇଁ ନିମନ୍ତ୍ରଣ କରିଆସିଥିଲେ । ମଧ୍ୟାହ୍ନରେ ସଂପୃକ୍ତ ବ୍ୟକ୍ତି ମାନେ ପ୍ରଭାତଙ୍କ ଘରେ ଆସି ପହଂଚି ବାରୁ ପ୍ରଭାତ ଏବଂ ତାଙ୍କ ପରିବାର ସେମାନଙ୍କୁ ପାଛୋଟି ନେଇ ଥିଲେ । ସେମାନଙ୍କୁ ଅର୍ଣ୍ଣ, ବସ୍ତ୍ର, ଅର୍ଥ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ସଂପୃକ୍ତ ବ୍ୟକ୍ତି ମାନେ ପ୍ରଭାତ ଏବଂ ତାଙ୍କ ପରିବାରକୁ ଆଶିର୍ବାଦ କରିବା ସହ ଭୋଜନ କରିବାକୁ କହିଥିଲେ । ସେମାନେ ଚାଲିଯିବା ପରେ ପ୍ରଭାତ ଏବଂ ତାଙ୍କ ପରିବାର ମିଳିମିଶି ଭୋଜନ କରି କାର୍ତ୍ତିକ ବ୍ରତ ଉଯାପନ କରିଥିଲେ । ଆଜିର ଦିନରେ ଅନେକ ବ୍ୟକ୍ତି ବିଭିନ୍ନ ସ୍ଥାନରେ ନିଜ ପରିବାରଙ୍କୁ ଧରି ମଉଜ ମଜଲିସ ରେ ଭୋଜିଭାତ କରି ଖାଉଥିଲା ବେଳେ , କେବେ ଜଣେ ଭୋକିଲା ଲୋକ କଥା ମନରେ ଭାବିନଥାନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result