No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) କଳାହାଣ୍ଡି :– ଜଗନ୍ନାଥଙ୍କ ସବୁଠୁ ଦୁର୍ଲଭ ନାଗାର୍ଜ୍ଜୁନ ବେଶ କଳାହାଣ୍ଡିର ଏକ ପୁରାତନ ମନ୍ଦିର ଶ୍ରୀ ଦଧିବାମନ ଦେବଙ୍କ ପୀଠ,ଲାଖଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଳକ ସ୍ଥିତ ଲାଖଗୁଡାର ଏହି ଅତି ପୁରାତନ ମନ୍ଦିର ପରିସରରେ ଠାକୁରଙ୍କ ଷୋଳ ଉପଚାର ପୂଜା ସହ ଯୋଦ୍ଧା ବେଶ ଧାରଣ କରି ୧୬ ପ୍ରକାର ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
ଏହି ଦୁର୍ଲଭ ଦୃଶ୍ୟକୁ ଦେଖି ଭକ୍ତ ଭାବବିହ୍ୱଳ ହୋଇଥିଲେ । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଏଥର ୬ଦିନ ହୋଇ ଥିବାରୁ ପୁଣି ପ୍ରତି ୨୫ ବର୍ଷରେ ଥରେ ଏହି ନାଗାର୍ଜ୍ଜୁନ ବେଶ ପଡ଼ିଥାଏ । ଏଠାରେ ସଂନ୍ଧ୍ୟାରେ ସାଧୁ ଶ୍ରୀ ପ୍ରଭାକର ଦାସଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ କରୋନା ନିୟମ ମଧ୍ୟରେ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶ ଦର୍ଶନ ମନ୍ଦିର ବାହାରୁ କରି ସାଧୁଙ୍କ ପ୍ରବଚନ କାର୍ଯ୍ୟକ୍ରମରେ ସତସଙ୍ଗ ଲାଭ କରିଥିଲେ । ( ରିପୋର୍ଟ -ପ୍ରଦୀପ କୁମାର ଗଉଡ )
No Result
View All Result