No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) କଟକ :– କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ଗ୍ରାମର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠ ଅବସ୍ଥିତ । ଏହି ପୀଠରେ ବାରମାସରେ ତେର ପର୍ବ ପାଳନ କରାଯାଏ । ମହା କାର୍ତ୍ତିକ ମାସରେ ବାବା ଧବଳେଶ୍ବରଙ୍କ ପୀଠରେ ପହିଲି ପଞ୍ଚୁକ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଲକ୍ଷ୍ୟ।ଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରି ପୂଜା ଅର୍ଜୁନ। କରିବା ପାଇଁ । ପଞ୍ଚୁକର ପାଞ୍ଚଦିନ ମଧ୍ୟରୁ ଅଧିକ ଜନସମାଗମ ହୁଏ ବାବାଙ୍କ ବଡ଼ ଏକାଦଶୀରେ । ଆଜି ଶନିବାର ହେଉଛି ଧବଳେଶ୍ବରଙ୍କ ପବିତ୍ର ବଡ଼ଓଷା । ହେଲେ କରୋନା କାରଣରୁ ସବୁ ପର୍ବ ପର୍ବାଣିରେ ରୋକ ଲାଗିଛି । କରୋନା କଟକଣା ପାଇଁ ବାବାଙ୍କ ପୀଠରେ ଜାରିହୋଇଛି ୧୪୪ ଧାରା । ମନ୍ଦିରକୁ କେବଳ ସେବାୟତ, ପୂଜକଙ୍କ ବ୍ୟତୀତ ଅନ୍ୟ କାହାରିକୁ ନଯିବା ପାଇଁ କଟକଣା ଲାଗୁ କରାଯାଇଛି । ଆଜି ବାବା ଧବଳେଶ୍ବରଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ ।
ଏଥିପାଇଁ ବିଭିନ୍ନ ପ୍ରକାର ଫୁଲରେ ସୁସଜିତ ହୋଇଛି ଧବଳେଶ୍ୱର ପୀଠ । ମଧ୍ୟରାତ୍ରୀରେ ତ୍ରୟୋଦଶୀ ଓ ଚର୍ତୁଃଦଶୀ ଶନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବ । ଦୀର୍ଘ ୨୫ ବର୍ଷ ପରେ ବାବାଙ୍କର ଏହି ଦୁର୍ଲଭ ବେଶ କରା ଯାଇଛି। ତେବ କରୋନା ପାଇଁ ଧବଳେଶ୍ୱରଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତଙ୍କୁ ନେଇ ଏହି ବେଶ କରାଯାଇଛି। ଆଜିର ଦିନରେ ଧବଳେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । କୋଭିଡ କଟକଣା ପାଇଁ ମନ୍ଦିର କୁ ଯିଵାଲାଗି ଝୁଲାପୋଲ ଜନଶୁନ୍ୟ ଦେବାକୁ ମିଳୁଛି । ରାସ୍ତା କଡ଼ରେ ଭୋଗ ଦୋକାନର ପସରା ଦେଖା ଯାଉନାହିଁ , ଏଥିପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result