No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶୁକ୍ରବାର )କଳାହାଣ୍ଡି :- କରୋନା କାଳରେ ଲକଡାଉନ ଯୋଗୁଁ ବନ୍ଦ ଥିବା ସ୍କୁଲ ଗୁଡ଼ିକ ଖୋଲିବା ଆଗରୁ ଶିକ୍ଷା ବ୍ୟବସ୍ଥାକୁ ସ୍ଵାଭାବିକ କରିବାକୁ ନର୍ଲା ବ୍ଳକରେ ଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ନର୍ଲା ଏ.ବି.ଓ ଜୟଶଙ୍କର ନିଆଲ,ଏ.ବି.ଓ ସଚିଦାନନ୍ଦ ନାଏକଙ୍କ ନେତୃତ୍ବରେ ବ୍ଳକର ଭୀମକେଲା ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟାନ୍ୱୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୀମକେଲା କ୍ଲଷ୍ଟର ସିଆରସିସି କିଶୋର ଭୋଇ, ରୁପ୍ରା ସିଆରସିସି ଆଦିକନ୍ଦ ସାହୁ, କ୍ଲଷ୍ଟର ସମୂହର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବୈଠକଟି ହୋଇଛି ।
ପୁଷ୍ଟିକର ଉଦ୍ୟାନ, ରେଡ଼ିଓ ପାଠଶାଳା,ଶୈକ୍ଷଣୀୟ ଉପକରଣ ତିଆରି, ଶିକ୍ଷଣ ଫଳାଫଳ, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟର ରେକର୍ଡ ପତ୍ର ପ୍ରସ୍ତୁତି , ରକ୍ଷଣାବେକ୍ଷଣ,ମୋ ସ୍କୁଲ ଅଭିଯାନ ଆଦି ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଏହାର ତଦାରଖ ପାଇଁ ବ୍ଳକ ଓ କ୍ଲଷ୍ଟର ସ୍ତରୀୟ କୋର କମିଟିମାନ ଗଠନ ସହ ବିଭାଗକୁ ଆହୁରି କ୍ରିୟାଶୀଳ ପାଇଁ କାର୍ଯ୍ୟାନ୍ୱୟନ ବୈଠକର ନିଷ୍ପତିକୁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ସାହୁଙ୍କ ସହ ୧୫ ଗୋଟି ବିଦ୍ୟାଳୟରୁ ଆସିଥିବା ୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରି ବୈଠକଟିକୁ ସଫଳ କରିଥିଲେ । ( ରିପୋର୍ଟ – ପ୍ରଦୀପ କୁମାର ଗଉଡ)
No Result
View All Result