No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ନଭେମ୍ବର ଶୁକ୍ରବାର ) କଟକ :- କଟକ ମହାନଗର ନିଗମର ସିଏମସିରସମସ୍ତ ୫୯ ଗୋଟି ୱାର୍ଡ ଅଞ୍ଚଳରୁ ମଶା ନିରାକରଣ ଓ ରାସ୍ତା କଡରେ ଉଠା ଦୋକାନୀ ଉଛେଦ, ପ୍ରକ୍ରିୟା ସ୍ଥଗିତ ରଖିବା ଦାବିରେ ଶୁକ୍ରବାର କଟକ ନଗର କଂଗ୍ରେସ କମିଟି ପକ୍ଷରୁ, କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କମିଶନରଙ୍କୁ ଏକ ଦାବିପତ୍ର ଦିଆ ଯାଇଛି । କଂଗ୍ରେସ ଦଳ ମହାନଗର ନିଗମର ଅପାରଗତାକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ବାରମ୍ବାର କହିବା ପରେ ଡ୍ରେନ ସଫା ନ ହେବା, ମଶା ଧୂଆଁ ନ ଦେବା, ଗଛ କଟା ନ ଯିବା କାରଣରୁ ମଶା ମାନଙ୍କ ପାଦୃଭାବ ବଢ଼ିବାରେ ଲାଗିଛି ।
ଯାହାଫଳରେ କଟକ ସହରର ଲୋକମାନେ ଅଣନିଶ୍ୱାସୀ ହୋଇଗଲେଣି । ଖାଲି ସେତିକି ନୁହେଁ ମହାମାରୀ କରୋନା ପାଇଁ ବହୁ ଛୋଟ ବ୍ୟବସାୟୀ ବର୍ତମାନ ସେମାନଙ୍କ ରୋଜଗାର ହରାଇ ଥିବା ବେଳେ, ସେମାନଙ୍କୁ ଥଇଥାନ ନ କରି ଯେଉଁଭଳି ଭାବରେ ତାଙ୍କର ଦୋକାନ ଗୁଡିକୁ ଭଙ୍ଗା ଯାଉଛି, ତାହା ଠିକ ନୁହେଁ । ପ୍ରଥମେ ସିଏମସି ଥଇଥାନ କରୁ, ଆଉ ତା ପରେ ଭଙ୍ଗା ଯାଉ । ଯଦି ଅଳ୍ପ ଦିନ ମଧ୍ୟରେ ଏହି ଦାବିକୁ ମହାନଗର ନିଗମ ନ ଶୁଣନ୍ତି ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବବୋଲି କଟକ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରା ଚେତାବନୀ ଦେଇଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result