No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) ଢେଙ୍କାନାଳ :- କେନ୍ଦ୍ର ସରକାର ଶ୍ରମିକମାନଙ୍କୁ ଅଣଦେଖା କରି ଶ୍ରମକୋର୍ଡକୁ ବାତିଲ, କୃଷି ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ କରିବା ବିରୋଧରେ ଆଜି ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଦେଶବ୍ୟାପୀ ବନ୍ଦ ଡାକରାରେ ଅଙ୍ଗନବାଡ଼ୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ହରପ୍ରିୟା ସ୍ଵାଇଁଙ୍କ ନେତୃତ୍ବରେ ଜିଲ୍ଲା ଅଙ୍ଗନବାଡ଼ୀ କର୍ମୀମାନେ ଢେଙ୍କାନାଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ଅବରୋଧ କରି ଆମ୍ବୁଲାନ୍ସ ଓ ଦୁଇ ଚକିଆ ଛଡ଼ା ଅନ୍ୟ ଯାନ ବନ୍ଦ ରଖିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ଆଇନ ବିରୋଧରେ ୧୭ ଦଫା ଦାବି ନେଇ ଧାରଣାର ନାରା ଦେଇଥିଲେ ।
ଏହି ବନ୍ଦ ଡାକରାରେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଓ ଡାକ ବିଭାଗ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନିଜର ଦାବି ଉପସ୍ଥାପନ କରୁଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି, କିଛି ଛାମୁଆ ସଂଗଠନ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କୁ ସହଯୋଗ କରି ଆଜିର ଭାରତ ବନ୍ଦ ଡାକରା ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିଥିଲେ । ଏଥିପ୍ରତି ଜିଲ୍ଲା ପୁଲିସ ବିଭାଗ ବିଭିନ୍ନ ସ୍ଥାନରେ କଡ଼ା ନଜର ରଖିଥିବା ବେଳେ ଅନ୍ୟପଟେ ଜନସାଧାରଣ ବିଶେଷ କରି ବସ୍ ଯୋଗେ ଦୂରବାଟ ଯିବାକୁ ଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । (ରିପୋର୍ଟ୍ /ଅମର ରଞ୍ଜନ ଦାସ )
No Result
View All Result