No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) କଟକ :– କଟକ ସଦର ୪୨ ମୌଜ଼ା କଳପଡା ମୁଦୁଲି ସାହି ରାସ୍ତା ଠାରୁ କଦମ୍ବେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଦୀର୍ଘଦିନ ହେବ ନର୍ଦ୍ଦମା ପାଣିମାଡି ରାସ୍ତାକୁ ଖରାପ କରିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା କ୍ଷୀରୋଦ ଚନ୍ଦ୍ର ମୁଦୁଲି !
ଏହି ସମସ୍ୟାର ସମାଧାନ ସ୍ଥାନୀୟ ସରପଂଚ,ସରକାରୀ ପୂର୍ତ୍ତ ବିଭାଗକୁ ଅବଗତ କରାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେଇଥିବାବେଳେ କିଛି ବ୍ୟକ୍ତି ବିଶେଷ ନିଜସ୍ୱାର୍ଥ ପାଇଁ ଡ୍ରେନ କାମକୁ ବିରୋଧ କରିବାରୁ କାମଟି ଅଧାପନ୍ତରିଆ ହୋଇ ପଡ଼ିରହିଛି ଯାହାଫଳରେ ସାଧାରଣ ଜନତା ଅସୁବିଧାର ସମୁଖୀନ ହେଉଛନ୍ତି ! ପ୍ରଶାସନ ସ୍ତରରେ ଏହି ସମସ୍ୟାର ସମାଧାନ ହେବାକୁ ସାଧାରଣରେ ଦାବି କରାଯାଇଛି ! (ରଶ୍ମିତା ମହାପାତ୍ର /କଟକ ରିପୋର୍ଟ )
No Result
View All Result