No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) କଟକ :-ବନ ବିଭାଗର ଫୁଲନଖରା ରେଞ୍ଜପକ୍ଷରୁ କଟକ ସଦର ଥାନା ବ୍ରାହ୍ମଣଝରିଲୋ ନିକଟସ୍ଥ , କୋଠାପାଟଣା ଗ୍ରାମରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ବେଆଇନ ସ୍ ମିଲ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବନବିଭାଗର କର୍ମଚାରୀ ମାନେ ୭ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଗୁଆନ , ଶିରିସ , ଚାକୁଣ୍ଡା , ଗମ୍ଭାରୀ କାଠକୁ ଜବତ କରିଛି । ସ ମିଲରେ କାଠ କଟାଯିବା ଯନ୍ତ୍ରପାତିକୁ ଖୋଲି ନେଇ ଯାଇଛନ୍ତି । ବନ ବିଭାଗର ଫୁଲନଖରା ରେଞ୍ଜ ଅଧିନରେ ନିଆଳୀ , ଅଡ଼ସପୁର, କଣ୍ଟାପଡା, ଗୁଣାଦୋଳ , କୋଠାପାଟଣା, ନଛିପୁର, ତେଲଙ୍ଗାପେଣ୍ଠ, ଆମଣ ଗୋପାଳପୁର ଆଦି ସ୍ଥାନରେ ବେଆଇନ କରତ କଳ ରାତିରେ ଚାଲିଛି ।
ଏଵିଷୟରେ ବନବିଭାଗ କର୍ମଚାରୀଙ୍କ ଞାନ୍ତସାରେ ଚାଲିଛି । ଯେଉଁ ସ ମିଲର ମାଲିକମାନେ ଦାୟିତ୍ୱରେ ଥିବା ବନବିଭାଗର ଅଫିସର, କର୍ମଚାରୀ ମାନଙ୍କୁ ମୋଟା କଙ୍କର ଅର୍ଥ ମାସିକ ଦେଉଛନ୍ତି । ସେମାନଙ୍କର ସ ମିଲି ରାତିରେ ଚାଲୁଥିବା ଦେବାକୁ ମିଳୁଛି ବୋଲି ଜନ ସାଧାରଣ କହିଛନ୍ତି । ଯେଉଁ ମାନେ ମାସିକିଆ ଅର୍ଥ ନଦେଇ ସ୍ ମିଲ ଚଳାଉଛନ୍ତି ସେମାନେ ସ୍ ମିଲ ଉପରେ ଚଢ଼ାଉ କରାଯାଇ କାଠ,ଏବଂ କରତକଳର ମେସିନ ନେଇ ଯାଉଛନ୍ତି । ପରେ ବନଵିଭାର ଅଫିସର ଏବଂ ସ୍ ମିଲର ମିଲିକଙ୍କ ମଧ୍ୟରେ ଦେଣ ନେଣ କଥା ଛିଡିଲା ପରେ ଜବତ ସ୍ ମିଲ୍ ମାସକ ପରେ ଅନାୟାସରେ ଚାଲୁଛି ବୋଲି ଜଣେ ସ୍ ମିଲର ମାଲିକ ନିଜର ନାଁ ଗୋପନ ରଖି ଏହା କହିଛନ୍ତି । ଲୋକ ଦେଖାଣିଆ ଚଢ଼ାଉ କରାଯାଉଛି । ଏହି ଚଢ଼ାଉ କରିବା ଫଳରେ ବନ ବିଭାଗର ଅଫିସର, କର୍ମଚାରୀ ଏବଂ ସ୍ ମିଲ ମାଲିକଙ୍କ ମଧ୍ୟରେ ଭିତିରି ସଂପର୍କ ମଜବୁତ ହେଉଛି ।
ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ କରତକଳ ଚାଲୁଥିବା ଥାନାର କର୍ମଚାରୀ ମାନେ ମାସିକିଆ ପାଉଣା ନେଉଥିବାରୁ ଏପରି କାରବାର ଜାଣି ନଜାଣିଲା ପରି ନିରବ ରହୁଛନ୍ତି । ଏଦିଗରେ ନିୟମିତ ଚଢ଼ାଉ ପକ୍ରିୟା ଜାରି ରହିଲେ ବେଆଇନ କରତକଳ ଚାଲିପାରନ୍ତା ନାହିଁ । ଏହି ଚଢ଼ାଉରେ ଫୁଲନଖରା, ମଞ୍ଚେଶ୍ୱର , ଫରେଷ୍ଟ ରେଞ୍ଜର ଅଧିକାରୀ ମାନେ ସାମିଲ ହୋଇଥିଲେ । ପୁଲନଖରା ଫରେଷ୍ଟ ରେଞ୍ଜର ଅଧିକାରୀ ଭରତ ଚନ୍ଦ୍ର ଘଡେଇ , ଏସିଫ ମହମ୍ମଦ ଜଲିମ , ବିଜୟ କୁମାର ପରିଡ଼ା, ପ୍ରଶାନ୍ତ କୁମାର ପଣ୍ଡା ମଞ୍ଚେଶ୍ୱର ଫରେଷ୍ଟ ରେଞ୍ଜର ଅଫିସର, କଟକ ସଦର ଥାନା ପୋଲିସ ଉପସ୍ଥିତ ଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result