No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ସରପଂଚଙ୍କ ଅସଲ ମୁଖା ଆଜି ପଦାରେ ପଡ଼ିଛି । ବିଜେଡି ଦଳରେ ରହି କଂଗ୍ରେସ ଏବଂ ବିଜେପି ସହିତ ରଖିଥିବା ଭାବ ପ୍ରୀତି ଭାଇରାଲ ହୋଇଥିବା କୋର୍ଟ ଫଟୋରୁ ଜଣାପଡ଼ିଥିବା ବେଳେ ଆଜି ସରପଞ୍ଚଙ୍କ ବିରୁଦ୍ଧରେ ବିଶୋଦ୍ଗାର କରିଛନ୍ତି ଖୋଦ୍ ତାଙ୍କ ପଂଚାୟତ ଯଦୁପର ଗ୍ରାମର ସଭାପତି ଜୟକୃଷ୍ଣ ପରିଡ଼ା । ସରପଂଚ ତାଙ୍କ ସ୍ୱାର୍ଥ ପାଇଁ ବାବୁଲି ନାୟକ ଏବଂ ମନ୍ତ୍ରୀ ଅରୁଣଙ୍କୁ ବଦ୍ନାମ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ପରୀ ହତ୍ୟାକାରୀ ଗିରଫ ପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ସରପଂଚଙ୍କ ଏଭଳି କୁବୁଦ୍ଧିକୁ ଯଦୁପୁର ଗ୍ରାମର ମହିଳାମାନେ ମଧ୍ୟ ନାପସନ୍ଦ କରିବା ସହ ସରପଂଚଙ୍କ ପାଇଁ ତାଙ୍କ ଗାଁ ବଦନାମ୍ ହେଉଥିବା ଅଭିଯୋଗ କରିଛନ୍ତି । ପରୀକୁ କିଏ ହତ୍ୟା କରିଛି ତାହା ପୁଲିସ ତଦନ୍ତରେ ଜାଣି ପାରୁନଥିବା ବେଳେ ସରପଂଚ କିଭଳି ବାବୁଲି ନାୟକଙ୍କ ଉପରକୁ ଆଙ୍ଗୁଠି ଉଠାଉଛନ୍ତି ବୋଲି ଜୟକୁଷ୍ଣ ଓ ଅନ୍ୟମାନେ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଅସଲ ମୁଖା ପଦାରେ ପଡ଼ିଲା ବୋଲି ଆଲୋଚନା ହେଉଛି । ବିଗତ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ଜେଲ ଯାଇଥିବା ସରପଂଚ ଏବେ ଆଇନକୁ ନେଇ ବେଶ ଖେଳ ଖେଳୁଥିବା ଆଲୋଚନା ହେଉଛି ।(ଜିଲ୍ଲା ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result