No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) କଟକ :- ଫୁଲନଖରା ବଜାର ବ୍ୟବସାୟୀ ସଂଘ ପକ୍ଷରୁ ବୁଧବାର ଅପରାହ୍ନରେ କାର୍ତ୍ତିକେଶ୍ୱର ପୂଜା କୋଭିଡ଼ ନିୟମ ଅନୁଯାୟୀ ଆରମ୍ଭ ହୋଇଛି । ମଧ୍ୟାହ୍ନରେ ପୁରୁଣା କାଚରାମାଳ ନିକଟସ୍ଥ ପୁରୀ ମେନ୍ କେନାଲରୁ ପାଣି ଉଠାଯାଇ କଳସ ସ୍ଥାପନ କରାଯାଇଥିଲା । ପରେ ପରେ ଦୁଇ ଜଣ ପୂଜକ ସହିତ କର୍ତ୍ତାଙ୍କ ଉପସ୍ଥିତରେ ପୂଜା କରାଯାଇଥିଲା । ପଞ୍ଚୁକ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମଣ୍ଡପରେ ପ୍ରତିଦିନ ପୂଜା ପାଇବେ କାର୍ତ୍ତିକେଶ୍ୱର ।
ପରଦିନ ଭଷାଣୀ କରାଯିବ । ପ୍ରତିବର୍ଷ କାର୍ତ୍ତିକେଶ୍ୱର ପୂଜା ଅବସରରେ ଫୁଲନଖରା ବ୍ୟବସାୟୀ ସଂଘ ପକ୍ଷରୁ ବାଦିପାଲା କରାଯାଏ । ଏହି ପାଲା ଦେଖିବା ପାଇଁ ପ୍ରବଳ ଜନସମାଗମ ହୁଏ । ହେଲେ ଏଥର କରୋନା ପାଇଁ ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ବିନା ସାଜସଜ୍ଜା ସହିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦର୍ଶନ କଟକଣା କରା ଯାଇଥିବାରୁ ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି ବୋଲି ବଜାର କମିଟିର ସଭାପତି ନିରୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
No Result
View All Result